Odiapua.com

ବିଜେଡିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

ପୁରୀ ୨୬ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପାଖେଇ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏ ନେଇ ବିଜୁ ଜନତା ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଶ୍ରୀକ୍ଷେତ୍ର ପୁରୀରୁ ଏହି ଅଭିଯାନ ଆରମ୍ଭ କରିଛି ବିଜେଡି। ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ବିପୁଳ ସଫଳତା ହାସଲ କରିବ, ଭୋଟରମାନଙ୍କୁ କିଭଳି ହାତରେ ରଖି ହେବ, ବିରୋଧୀ ଦଳଙ୍କ ସରକାରଙ୍କ ବିପକ୍ଷରେ କରୁଥିବା ବିଭିନ୍ନ ଅପ୍ରପ୍ରଚାରକୁ କିଭଳି ମୁକାବିଲା କରିହେବ ସେ ନେଇ ବରିଷ୍ଠ ନେତାମାନେ ଗୁରୁମନ୍ତ୍ର ପ୍ରଦାନ କରିବା ପାଇଁ ପୁରୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ବିଜୁ ଯୁବ ଛାତ୍ର ଜନତା ଦଳ ପ୍ରଶିକ୍ଷଣ ଶିବିର। ପୁରୀର ବାଲିଘାଇଠାରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରରେ ବିଜେଡିର ବହୁ ତୁଙ୍ଗ ନେତା ଯୋଗ ଦେଇଛନ୍ତି। ବିଜୁ ଜନତା ଦଳର ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦୁଇ ଦିନ ଧରି ପୁରୀରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି। ୨୬ ଓ ୨୭ ତାରିଖ ଦୁଇ ଦିନ ଏହି ପ୍ରଶିକ୍ଷଣ ଶିବିର ପୁରୀ ରେ ଅନୁଷ୍ଠିତ ହେଉଛି। ଏହି ୨ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଳକ, ଏନ ଏ ସି, ମୁନ୍ସୀ ପାଲିଟି, ସଭାପତିଙ୍କ ସମେତ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ମାନେ ଉପସ୍ଥିତ ରହିଛନ୍ତି। ବିଜୁ ଜନତା ଦଳର ସାଙ୍ଗଠିନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅୟୋଜନ ହୋଇଛି।