Odiapua.com

ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଅରୁଣଙ୍କ ଦକ୍ଷ ନେତୃତ୍ୱ ପ୍ରତି ଉଚ୍ଚ ପ୍ରଶଂସା

ନୟାଗଡ଼, ୧୩-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଏନଏସିରେ ବିଜେଡି ପକ୍ଷରୁ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଖେଳ ପଡ଼ିଆଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିବା ସହିତ ନୂଆ ବସଷ୍ଟାଣ୍ଡ ନିକଟ ଇଶ୍ୱର କଲ୍ୟାଣ ମଣ୍ଡପଠାରେ ପହଁଚି ଥିଲା। ସେଠାରେ ଏକ ପଦଯାତ୍ରା ସଭା ଆୟୋଜିତ ହୋଇଥିଲା। ବିଜେଡି ନେତା ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଚାଲିଥିବା ଏହି ସଭାରେ ମୁଖ୍ୟଅତିଥିଭାବେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟର ବିକାଶଧାରା ଉପରେ କହିବା ସହିତ କେନ୍ଦ୍ରର ଅଣଦେଖା ଉପରେ ଉଦ୍ବେଗ ପ୍ରକାଶ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଦ୍ୟକ୍ଷା ଗୋଲାପ ଦଳବେହେରା, ଉପାଧ୍ୟକ୍ଷ ସୁବାସ କଅଁର, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ବିଜେଡି ଜିଲ୍ଲା ସଭାନେତ୍ରୀ ଜୟଶ୍ରୀ ଦାସ, ମାଳତୀ ଗୁରୁ, ଲିଙ୍କନ ସୁବୁଦ୍ଧି, ରମେଶ ଚନ୍ଦ୍ର ସାହୁ, ନୀରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠା ଯୋଗୁଁ ଯେପରି ରାଜ୍ୟରେ ବିକାଶ ଧାରା ଆଗେଇ ଚାଲିଛି ସେପରି ଅରୁଣ ସାହୁଙ୍କ ଯୋଗୁଁ ନୟାଗଡ଼ର ବିକାଶଧାରା ଆଗେଇ ଚାଲିଥିବା ନେଇ ବିଜେଡି ନେତାମାନେ ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ ନୟାଗଡ଼କୁ ଏକ ସରସ ସୁନ୍ଦର କରିବା ସହିତ ବିକାଶ ଧାରାକୁ ଆହୁରି ଅଗ୍ରସର କରିବା ପାଇଁ ଏବଂ ନୟାଗଡ଼ବାସୀଙ୍କୁ ଏକ ଭାଇଚାରାରେ ବାନ୍ଧି ଶାନ୍ତି, ମୈତ୍ରୀ ଓ ପ୍ରଗତୀର ଭାବନେଇ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଅରୁଣଙ୍କ ଅବଦାନ ଭୁଲିବାର ନୁହେଁ ବୋଲି କହିବା ସହିତ ଅରୁଣଙ୍କ ପରି ଜଣେ ଦକ୍ଷ ଯୁବ ନେତୃ୍ତ୍ୱର ଆବଶ୍ୟକତା ରହିଛି ବୋଲି କହଥିଲେ। ସଭାରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାବେଶ ହୋଇଥିଲା।