Odiapua.com

ବିଜେଡିରେ ବିଧାୟକ ପ୍ରାର୍ଥୀ ଘୋଷଣା ପରେ ତିହିଡ଼ି ବ୍ଲକର ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏନେଇ ବିଜେଡି ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଭୁକ୍ତ ଥିବା ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହାକୁ ନେଇ ବ୍ଲକର ୩ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଥିବା ୩୧ ପଞ୍ଚାୟତର ନେତା ଓ କର୍ମୀ ଉଲ୍ଲସିତ ହେବା ସହିତ ସେମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି । ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ବିଷ୍ଣୁ ବ୍ରତ ରାଉତରାୟଙ୍କୁ ଦ୍ୱିତୀୟ ଥର ପାଇଁ ଘୋଷଣା କରାଯାଇଛି । ଯେଉଁଥିପାଇଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ୯ ପଞ୍ଚାୟତର ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ଶତପଥି, ବରିଷ୍ଠ ନେତା ସୁରେନ୍ଦ୍ର ନାୟକ, ପ୍ରବୀର ନାୟକ, କମଳାକାନ୍ତ ଲେଙ୍କା, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, କୀର୍ତ୍ତନ ରାଉତ, ଗଣେଶ ପ୍ରସାଦ ନାୟକ, ହରିହର ସେନାପତି, ସରପଞ୍ଚ ସୁପ୍ରଭା ପାଣି, ବୈକୁଣ୍ଠ ପାଣି, ଅନିରୁଦ୍ଧ ବାରିକ, ଶିକ୍ଷାବିତ ସୁରେନ୍ଦ୍ର ନାୟକ, ଅଭୟ ବିଶ୍ୱାଳ, ଲଳିତ ମୋହନ ନାୟକ, ଶୁଭେନ୍ଦୁ ମଲିକ, ସରପଞ୍ଚ ଲକ୍ଷ୍ମୀପ୍ରିୟା ସାମଲ ଓ ତାପସ ବେହେରା, ବିପିନ ବିପିନ ବିହାରି ବେହେରା, ବିଷ୍ଣୁ କୁଅଁର, ଉମାକାନ୍ତ ସେଠୀ, ଛନ୍ଦା ଚରଣ ନାୟକ, ନିତ୍ୟାନନ୍ଦ ବେହେରା, ସମିତିସଭ୍ୟା ତିଳୋତ୍ତମା ବେହେରା, ସରପଞ୍ଚ କୈଳାସ ପରିଡ଼ା, ଜିଲାପରିଷଦ ସଭ୍ୟା ସୁମତୀ ସେଠୀ ପ୍ରମୁଖଙ୍କ ସମେତ ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି ।

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପାଇଁ ଡ. ବ୍ୟୋମକେଶ ରାୟଙ୍କୁ ତୃତୀୟ ଥର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାରୁ ତିହିଡ଼ି ବ୍ଲକର ୯ପଞ୍ଚାୟତର ନେତା ଓ କର୍ମୀମାନେ ଖୁସିର ଲହରି ଖେଳି ଯାଇଛି । ଜିଲାପରିଷଦ ସଭ୍ୟ ପ୍ରିନ୍‌ସ ରାକେଶ ଓ ଅମୂଲ୍ୟ ମାଝୀ, ବିଧାୟକଙ୍କ ପ୍ରତିନିଧି ମାନସ ରଂଜନ ସାହୁ, ୯ପଞ୍ଚାୟତ ସଭାପତି ମାନସ ରଂଜନ ନାୟକ, ବରିଷ୍ଠ ନେତା ବିପିନ ରାଉତ, ଲିଙ୍ଗରାଜ ନାୟକ, ପ୍ରଦୀପ ମିଶ୍ର, ନୃସିଂହ ମହାକୁଡ଼, ସରପଞ୍ଚ ପ୍ରଭାତ ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ଗୌରୀମଣି ପାଣିଗ୍ରାହୀ, ଗୋପବନ୍ଧୁ ସେନାପତି, ହିମାଦ୍ରି ମିଶ୍ର, ବଳଭଦ୍ର ମାଠ, ଦେବେନ୍ଦ୍ର ମହାକୁଡ଼, ପ୍ରଫୁଲ୍ଲ ପାଢ଼ୀ, ଅମର ଦାସ, କୃଷ୍ଣ ଚନ୍ଦ୍ର ମହାନ୍ତି, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀଧର ନାୟକ, ଅଜୟ ରାଉତ ପ୍ରମୁଖ ନେତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ସେହିପରି ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ନୂଆମୁହଁ ଭାବେ ଡାକ୍ତର ସଂଜୟ କୁମାର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଯାହାଫଳରେ ୧୩ ପଞ୍ଚାୟତର ପୂର୍ବତନ ବିଧାୟବ ବିଜୟ ନାୟକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ ଓ ରୁଜାତା ପଣ୍ଡା, ସରପଞ୍ଚ ଜୟଶ୍ରୀ ବେହେରା, ଯଶୋଦା ମଲିକ, ଗୌରୀଶଙ୍କର ଜେନା, ପବିତ୍ର ମୋହନ ମଳିକ, ବରିଷ୍ଠ ବିଜେଡି ନେତା ହରେକୃଷ୍ଣ ଜେନା, ବସନ୍ତ ନାୟକ, ପ୍ରଦୀପ ପଣ୍ଡା, ଚିନ୍ତାମଣି ଦାସ, ଶଶଧର ସାମଲ, ଶରତ ଦାସ ସମିତିସଭ୍ୟ ଜୟପ୍ରକାଶ ମଲିକ ଓ ଜୀବନଜ୍ୟୋତି ପଲାଇ, ଆଦିତ୍ୟ ଜେନା, ଲକ୍ଷ୍ମୀକାନ୍ତ ମହାପାତ୍ର, ମିନତୀଲତା ଦାସ, ସୁଧନ୍ୱା ନାୟକ, ଅମର ମଲିକ, ଶରତ ମଲିକ, ଧନଞ୍ଜୟ ନାୟକ, ନିର୍ମାଲ୍ୟ ଜେନା, ଅନୀଲ ନାୟକ ପ୍ରମୁଖଙ୍କ ସମେତ ନେତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିବା ବେଳେ ସମସ୍ତ ନେତା ଓ କର୍ମୀ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମାଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।