Odiapua.com

ବିଜେଡିରେ ନୂଆ ସାଂଗଠନିକ ଦାୟୀତ୍ତ୍ୱ, ପ୍ରଦୀପ ମାଝୀ ହେଲେ ବରିଷ୍ଠ ସାଧାରାଣ ସମ୍ପାଦକ

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ) ଆଗକୁ ପଞ୍ଚାୟତ ନିର୍ବାଚନ। ବିଜେଡ଼ି ପକ୍ଷରୁ ସଙ୍ଗଠନରେ ପରିବର୍ତ୍ତନ କରାଯାଇଛି।

ତେବେ ଏ ନେଇ ବିଜେଡ଼ି ଏକ ବିଜ୍ଞପ୍ତି ଜୀରୀକରିଛି। ବିଜ୍ଞପ୍ତି ଅନୁୟାୟୀ, ବିଜେଡିର ୩ ବରିଷ୍ଠ ସାଧାରଣ ସମ୍ପାଦକ, ୪ ସାଧାରଣ ସମ୍ପାଦକ, ୭ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।

ମହେଶ ସାହୁ, ପ୍ରଦୀପ ମାଝୀ, ପ୍ରଫୁଲ ମାଝୀ ବରିଷ୍ଠ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି।

ଅରିନ୍ଦମ ରାୟ, ଧନୁର୍ଯ୍ୟୟ ସିଦ୍ଧୁ, ଚନ୍ଦ୍ରଶେଖର ମାଝୀ, କୈଳାଶ କୁଲେସିକା ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି। ବିଶ୍ବରଞ୍ଜନ ମଲ୍ଲିକ, ରମେଶ ଚନ୍ଦ୍ର ପରିଡ଼ା, ପ୍ରଦୀପ ସାହୁ, ଦିଲ୍ଲୀପ କୁମାର ସାହୁ, ସୁନୀଲ କୁମାର ଦାସ, ମହେଶ ହେମ୍ବ୍ରମ, ପ୍ରିୟବ୍ରତ ସାମନ୍ତରାୟ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି।