Odiapua.com

ବିଜେଡ଼ିର ରାଜ୍ୟ ସଂପାଦକଙ୍କ ନାଁ ରେ ଯୁବତୀଙ୍କ ସଙ୍ଗୀନ ଅଭିଯୋଗ

କେନ୍ଦ୍ରାପଡ଼ା,୨୭/୧୦,(ଓଡ଼ିଆ ପୁଅ ପି ନାୟକ):କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଏବଂ କେନ୍ଦ୍ରାପଡା କ୍ରେଡିଟ କୋଅପରୋଟିଭ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କ ନାଁରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଜଣେ ଯୁବତୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ପ୍ରମୋଦ ତାଙ୍କୁ ବାରମ୍ବାର ନିଜ ଚାମ୍ବରକୁ ଡାକି ଅଶାଳୀନ ବ୍ୟବହାର କରୁଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏସବୁ ବନ୍ଦ କରିବାକୁ ଯୁବତୀ ମନା କରିଥିଲେ ମଧ୍ୟ ସେ ଏହାକୁ ବନ୍ଦ ନ କରିଥିବା ଯୁୁବତୀଅଭିଯୋଗ କରିଛନ୍ତି । ପରେ ବାଧ୍ୟ ହୋଇ ସେ ନିଜ ପରିବାରକୁ ଜଣାଇବା ପରେ କେନ୍ଦ୍ରାପଡ଼ା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ତାଙ୍କ କଥା ଶୁଣିନଥିଲା । ସେଥିପାଇଁ ସେ କୋର୍ଟର ଆଶ୍ରୟ ନେଇଥିଲେ । ପରେ ପୋଲିସ ମାମଲା ରୁଜୁ କରିଥିଲା । ହେଲେ ଠିକ ଭାବରେ ତଦନ୍ତ ହେଉନଥିବା ସେ ଏବେ କହିଛନ୍ତି ।