Odiapua.com

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ

ହାଟଡ଼ିହି, ୧୮/୧୧/: (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲା ପାଇଁ ଏହାର ଶୁଭ ଉଦଘାଟନ କରିବାପରେ ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଏହାର ଶୁଭ ଉଦଘାଟନ ହୋଇଥିଲା । ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବିଡିଓ ବିନିତା ବିଜୟିନୀ, ତହସିଲଦାର ଦିଲ୍ଳିପ କୁମାର ସାହୁ, ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ପ୍ରମୁଖ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା କିପରି ଲୋକମାନେ ସ୍ୱାସ୍ଥ୍ୟସେବାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ । ବିଶେଷତଃ ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ନାନା ଅସୁବିଧା ଭୋଗ କରୁଥିବାବେଳେ ଏବେ ସେମାନଙ୍କ ଏହି ଅସୁବିଧା ଦୁର ହୋଇ ପାରିବ ବୋଲି ବିମ୍ବାଧର ବିଶ୍ୱାଳ ମତବ୍ୟକ୍ତ କରିଥିଲେ । ବ୍ଲକରେ ମୋଟ ୩୧ଟିଯାକ ପଞ୍ଚାୟତରେ ୩୯୩୧୯ ଜଣ ରେସନକାର୍ଡଧାରୀଙ୍କୁ ଏହି ଯୋଜନାରେ କାର୍ଡ ଯୋଗାଇ ଦିଆଯିବାକୁ ଥିବାବେଳେ ସେମାନଙ୍କ ପରିବାରର ପାଖାପାଖି ୧ଲକ୍ଷ ୪୦ହଜାର ହିତାଧିକାରୀ ଉପକୃତ ହେବେ ବୋଲି ଯୋଗାଣ ଅଧିକାରୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରେସନକାର୍ଡ ଧାରୀଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିଲା । ଶିକ୍ଷକ ପଦ୍ମନାଭ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପିଇଓ କୋଦଣ୍ଡଧର ପଣ୍ଡା, ଜିଆରଏସ ସବିତା ରାଉତ, ରବିନ୍ଦ୍ର ପାତ୍ର, ରବିନ୍ଦ୍ର ଜେନା, ବଳରାମ ବିଶ୍ୱାଳ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ରାଧାକୃଷ୍ଣ ପତି, ନବ କିଶୋର ବିଶ୍ୱାଳ,ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଦୀପ ସ୍ୱାଇଁ, ରମେଶ ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାସଙ୍ଗ ପଞ୍ଚାୟତର ସାତଶହରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥିଲେ ।