Odiapua.com

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାଟକାର୍ଡ ବିତରଣ ପାଇଁ ଭଣ୍ଡାରିପୋଖରୀ ବ୍ଲକର ପ୍ରସ୍ତୁତି

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ବିତରଣ ପାଇଁ ଆଜି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଗାମୀ ୨୪ ତାରିଖରେ ଜିଲ୍ଲାସ୍ତରରେ କାର୍ଡ ବିତରଣ ଆରମ୍ଭ କରାଯିବ। ୨୭ ତାରିଖରେ ପ୍ରତି ପଞ୍ଚାୟତରେ ଯୋଜନାର ଉଦଘାଟନ କରାଯାଇ ପଞ୍ଚାୟତସ୍ତରରେ ବିତରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଡିଓ ଦେବଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ସରୋଜକାନ୍ତ ନାୟକ, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ମାକେଟିଂ ଇନିସପେକ୍ଟର ରେବତୀଶ ସିଂ ନାୟକ ପ୍ରମୁଖ ଯୋଗଦେଇ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ବିଚାରବିମର୍ଶ କରିଥିଲେ।