Odiapua.com

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜନତାଙ୍କୁ ଝଟକା

ଭୁବନେଶ୍ଵର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୩୦୦ ନର୍ସିଂହୋମ ଏବେ ନିଜର ସେବା ବନ୍ଦ କରିଛନ୍ତି । ତେବେ ବକେୟା ଅର୍ଥ ପୈଠ ହୋଇନଥିବାରୁ ସେବା ବନ୍ଦ କରିଛି ନର୍ସିହୋମ ସଂଘ । ଏ ନେଇ ଅଲ ଓଡ଼ିଶା ପ୍ରାଇଭେଟ ମେଡ଼ିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟ ସରକାର ୨୫ ରୁ ୩୦ କୋଟି ବକେୟା ରଖିଥିବା ସୂଚନା ମିଳିଛି । ୨୦୧୭ ମସିହାରୁ ବକେୟା ରାଶି ରହିଛି ବୋଲି କୁହାଯାଇଛି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାକୁ ନେଇ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ଆସିଛି । କାର୍ଡ ଥାଇ ବି ଅନେକ ଏହି ହେବାରୁ ବଞ୍ଚିଥିବା ପ୍ରକାଶ ପାଇଛି ।