Odiapua.com

ବିଜୁ ଯୁବ ବାହନୀର ରକ୍ଷକ କାର୍ଯ୍ୟକ୍ରମ

ବାଲିଗୁଡା, ୨୫/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାରଖମାରେ ରକ୍ଷକ କାର୍ଯ୍ୟକ୍ରମରେ ପୋଲିସ ଓ ଯୁବ ବାହିନୀର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ସାମିଲ ହୋଇ କାର୍ଯ୍ୟକ୍ରମରେ ସାମିଲ ହୋଇ ବାରଖମାର ହାଇସ୍କୁଲ ଛକ ଠାରୁ ପୋଲିସ ଫାଣ୍ଡି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ସହ ଲୋକଙ୍କୁ ସଚେତନତା କରାଯାଇଥିଲା।।ଏହାପରେ ଯେଉଁ ଗାଡି ଚାଳକ ମାନେ ନିୟମକୁ ମାନି ଗାଡି ଚାଳନା କରୁଥିଲେ ସେମାନଙ୍କୁ ଅଟକାଇ ଚକଲେଟ ଦିଆଯାଉଥିବା ବେଳେ ଯେଉଁ ଚାଳକ ମାନେ ବିନା ହେଲମେଟ ଓ ବାଇକରେ ତିନିଜଣଙ୍କୁ ଧରି ଚଲାଉଥିଲେ ସେମାନଙ୍କୁ ପ୍ରଚାରପତ୍ର ଦେବା ସହ ନିୟମମାନିବାକୁ ଅନୁରୋଧ କରାଯାଇଥିବା ଦେଖିବାକୁ ମିଳିଛି। ବିଜୁ ଯୁବ ବାହିନୀର ଗୋଷ୍ଠି ସଂଯୋଜକ ଜୀବନ ବଚନ ନାୟକ, ଏଥିରେ ବାରଖମା, ସଲାଗୁଡା ଓ ସୁଡ୍ରାର ସ୍ୱେଛାସେବୀ ଉପସ୍ଥିତ ଥିଲେ। ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ବାରଖମା ସରପଂଚ ଓ ଅନ୍ୟମାନେ ସାମିଲଥିଲେ।