Odiapua.com

ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ସଭା

ଆଠମଲ୍ଲିକ,୨୪/୧୨(ଓଡ଼ିଆପୁଅ/ଜିତେନ୍ଦ୍ର ସାହୁ):ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଜିଲ୍ଲା କଳାକେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି|ଏହି ସମ୍ବର୍ଦ୍ଧନା ସଭାରେ ବିଜୁ ଯୁବ ଜନତା ଦଳର ନବନିଯୁକ୍ତ ଜିଲ୍ଲା କର୍ମକର୍ତ୍ତା,ବ୍ଲକ/ ମୁନିସିପାଲିଟି/ଏନଏସି ର ସଭାପତିମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯିବାସହ ବିଜୁ ଯୁବ ଜନତା ଦଳର ଓ ଜିଲ୍ଲାର ୨୦ଜଣ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ମାନ୍ୟବର ସାଂସଦ ମହେଶ ସାହୁ,ସମ୍ମାନିତ ଅତିଥିରୁପେ ବିଧାୟକ ତାଳଚେର ବ୍ରଜ କିଶୋର ପ୍ରଧାନ,ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା,ବିଧାୟକ ଆଠମଲ୍ଲିକ ରମେଶ ଚନ୍ଦ୍ର ସାଏ,ବିଧାୟକ ପାଲଲହଡା ମୁକେଶ ପାଲ, ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ,ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ,ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୁନୀଲ ପଣ୍ଡା,କଟକ ଜୋନ ସଭାପତି ସୁଭ୍ରାଂଶୁ ମିଶ୍ର,ରାଜ୍ୟ ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ|
ସମ୍ବର୍ଦ୍ଧନା ସହିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ, ମ୍ୟୁନିସିପାଲିଟି,ଏନଏସି,ପଂଚାୟତ ଓ ଓ୍ବାର୍ଡ କମିଟି ଗଠନ ବିଷୟରେ ଆଲୋଚନା ହୋଇଥିଲା|ଆଗାମୀ ଦିନରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ବ୍ୟାପକ ରକ୍ତଦାନ ଶିବୀର ବିଷୟରେ ଆଲୋଚନା ହୋଇଥିଲା|ତୃଣମୁଳସ୍ତରରେ ଯୁବ ସଙ୍ଗଠନକୁ ଅଧିକ କ୍ରୀୟାଶିଳ କରାଯିବା ସହିତ ଆଗାମୀ ମ୍ୟୁନିସିପାଲିଟି,ଏନଏସି ଓ ପଂଚାୟତ ନିର୍ବାଚନରେ ବିଜୁ ଯୁବ ଜନତା ଦଳର ଗୁରୁତ୍ୱ ବିଷୟରେ ଆଲୋଚନା ହୋଇଥିଲା |