Odiapua.com

ବିଜୁ ଯୁବ ଛାତ୍ର ସମାବେଶ,କେନ୍ଦ୍ରର ଭାଜପା ସରକାର ଓ ବିରୋଧୀ କଂଗ୍ରେସ ଦଳକୁ ସମାଲୋଚନା

ମାଲକାନଗିରି,୧୧ା୨(ଓଡିଆ ପୁଅ ) ମାଲକନଗିରି ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ ପଡିଆ ଠାରେ ଜିଲ୍ଲା ବିଜେଡି ଯୁବ ସଭାପତି ଆଡମା ରାବାଙ୍କ ଅଧ୍ୟକ୍ଷତାରେ ବିଜୁ ଯୁବ ଛାତ୍ରସମାବେଶ ଅନୁଷ୍ଟିତ ହୋଇ ଯାଇଛି । ଆୟୋଜିତ ଏହି ବିଶାଳ ସମାବେଶରେ ରାଜ୍ୟ ବିଜୁ ଯୁବ ସଭାପତି ବୋମ୍ୟକେଶ ରାୟ,ରାଜ୍ୟ ବିଜୁ ଯୁବ ସଂପାଦକ ପ୍ରଣବ ବଳବନ୍ତ ରାୟ,ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ପୁବ ର୍ତନ ମନ୍ତ୍ରୀ ତଥା ଜିଲ୍ଲାପ ର୍ଯ୍ୟବେ କ୍ଷକ ଚନ୍ଦ୍ରସାରଥୀ ବେହେରା,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା, ଭଦ୍ରକ ବିଧାୟକ ସଂଜୀବ ମଲିକ,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମ. ପୁବ ର୍ତନ ବିଧାୟକ ମୁକୁନ୍ଦ ସୋଢି ଯୋଗଦେଇଥିଲେ । ଯୁବକ ଗୋଷ୍ଠି ଜାଗିଲେ ଦେଶ ଆଗେଇବ,ଖାଲି ଭାଷଣ ମାରିଲେ ହେବନାହିଁ, ଗରିବ ଲୋକଙ୍କ ସେବାକର,ଖଟିଖିଆ ଲୋକଙ୍କ ନିକଟରେ ପହଁଚି ସେମାନଙ୍କ ଦୁଃଖ ଶୁଣ,ତୃଣମୁଳ ସ୍ତରରୁ ସଂଗଠନକୁ ସୁଦୃଢକର, ଆସନ୍ତା୨୦୨୪ ନିର୍ବାଚନରେ ଯେପରି ପୁଣି ଥରେ ବିଜେଡି ଶାସନକୁ ଆସି ରାଜ୍ୟବାସୀଙ୍କ ସେବା କରିବ ସେଥିପ୍ରତି ଗୁରତ୍ୱ ଦେଇ ପରାମର୍ଶ ଦେଇ କେନ୍ଦ୍ରର ଭାଜପା ସରକାର ରାଜ୍ୟର ବିରୋଧି କଂଗ୍ରେସ ଦଳଙ୍କୁ ସମାଲୋଚନା କରିଥିଲେ ମଚାଂଶିନ ଅତିଥି ମାନେ । ସବ ର୍ପ୍ରଥମେ ଏକ ବିରାଟ ସୋଭା ଯାତ୍ରାରେ ସହର ପ୍ରବେଶଦ୍ୱାରା ବ୍ରୈବ ମନ୍ଦିର ନିକଟରୁ ସର୍କିଟ ହାଉସକୁ ଅତିଥି ମାଂନଙ୍କୁ ଅଣାଯାଇଥିଲା । ପରେ ପାରମ୍ପାରିକ କୋୟା ଆଦିବାସୀ ନୃତ୍ୟ ଓ ଶଙ୍ଖ ବାଦ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ମଚଂନିକଟକୁ ପାଛୋଟି ନିଆଯାଇଥିଲା । ଏହି ସମାବେଶରେ ଜିଲ୍ଲାର ସାତଟି ଯାକ ବ୍ଲକରୁ ପ୍ରାୟ୧୦ହଜାରରୁ ଉର୍ଧ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ସମାବେଶରେ ଶତାଧିକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନାକରିଥିଲେ