Odiapua.com

ବିଜୁ ବାବୁଙ୍କୁ ଭାରତରତ୍ନ ତାଙ୍କ ଜନ୍ମ ଦିବସରେ ଘୋଷଣା ହେଉ – ବିଜୁ ସ୍ମୃତି କମିଟି

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂବାହ୍ଣରେ ବିଜୁ ସ୍ମୃତି କମିଟି ପକ୍ଷରୁ କୁଆଁସ ଭବନଠାରେ ସ୍ମୃତି କମିଟିର ଅଧ୍ୟକ୍ଷା ଆଇନଜୀବୀ ଅମିତା ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ଗୂରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଜୁ ବାବୁ ଥିଲେ ଓଡ଼ିଶାବାସୀଙ୍କ ମଉଡ଼ମଣି । ଭାରତ ବର୍ଷର ପ୍ରଗତିର ଆଲୋକ ବର୍ତ୍ତୀକା, ବିଶ୍ୱର ଜଣେ ଚର୍ଚ୍ଚିତ ଜନନେତା । ସେଥିଲାଗି ସୋଭିଏତ୍ ରୁଷ ଠାରୁ ର୍ସେବାଚ୍ଚ ସମ୍ମାନ ରେଡ଼ କାର୍ପେଟ ସମ୍ମାନଠାରୁ ଆରମ୍ଭ କରି ଇଣ୍ଡୋନେସିଆରୁ ‘ଭୂମିପୁତ୍ର’ ସମ୍ମାନ ପର୍ଯ୍ୟନ୍ତ ବିଜୁବାବୁଙ୍କୁ ପ୍ରଦାନ କରାଯାଇଛି । ପରାଧୀନ ଭାରତ ବର୍ଷକୁ ବ୍ରିଟିଶ୍ ସାମ୍ରାଜ୍ୟ କବଳରୁ ମୁକ୍ତ କରିବା ପାଇଁ ଜବାହରଲାଲ ନେହେରୁଙ୍କ ସହ ସମ୍ମିଳିତ ସ୍ୱାଧୀନତା ସଂଗ୍ରାମ ଆମ ଦେଶ ପାଇଁ ଗରୀୟାନ ହୋଇ ରହିଚଇ । ଭାରତୀୟଙ୍କୁ ମୁକ୍ତ କରିବା ପାଇଁ ପରାଧୀନ ଭାରତ ବର୍ଷରେ ବିଜୁ ବାବୁଙ୍କର ‘ଡାକୋଟା’ ବିମାନ ବ୍ୟବହାର ଆମ ଦେଶ ପାଇଁ ଇତିହାସର ବାର୍ତ୍ତାବହନ କରେ । ଜାତୀୟ ରାଜପଥର ବିକାଶଠାରୁ ପାରାଦୀପ ବନ୍ଦର, ହୀରାକୁଦ ଡ୍ୟାମଠାରୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପର୍ଯ୍ୟନ୍ତ ବିଜୁ ବାବୁଙ୍କର ଓଡ଼ିଶା ପ୍ରଦେଶ ପାଇଁ ଅମୂଲ୍ୟ ବରଦାନ ହୋଇ ରହିଛି ବୋଲି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜନ୍ମ ଦିବସ ପାଳନ ନିମନ୍ତେ ସ୍ମୃତି କମଟିର ବୈଠକରେ ବକ୍ତମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବିଜୁ ବାବୁଙ୍କ ଉପଯୁକ୍ତ ସମ୍ମାନ ଭାବେ ତାଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ଉପାଧି ପ୍ରଦାନ ପାଇଁ ତାଙ୍କ ଜନ୍ମ ଦିବସରେ ଘୋଷଣା କରନ୍ତୁ ବୋଲି ସ୍ମୃତି କମିଟିର ଅଧ୍ୟକ୍ଷା ଦାବି ଉପସ୍ଥାପନ କରିଥିଲେ । ଏଥି ନିମନ୍ତେ ରାଜ୍ୟ ସରକାର ନିଜ ପକ୍ଷରୁ ବାସ୍ତବ ଉଦ୍ୟମ କରିବା ଆବଶ୍ୟକ । ଏହା ନହେଲେ ଶ୍ରୀମତି ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଂସଦ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବହୁ ବୁଦ୍ଧିଜୀବୀ, ସମାଜସେବୀ, କମିଟିର କର୍ମକର୍ତ୍ତା ଯୋଜ ଦେଇଥିଲେ ।