Odiapua.com

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶପଥପାଠ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଆଗରପଡା ଠାରେ ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ଦିବସ ଅବସରରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ବିଜୁପ୍ରେମୀଙ୍କୁ ଶପଥପାଠ କରାଇଥିଲେ । ଏଥିରେ ଡିଆରଡିଏ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡେଇ, ବ୍ଲକ୍ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ପୁରୁଷଣ୍ଢ ସମବାୟ ସଭାପତି ପ୍ରଶାନ୍ତ ଦାଶ, ଜିଲା ପରିଷଦ ସଭ୍ୟ ସୁଶ୍ରୀ ରୁନିତା ଦାସ, ବ୍ଲକ୍ ଯୁବ ସଭାପତି ସତ୍ୟ ସାଧନ ବେଜ, ରାଜ୍ୟ ଛାତ୍ର ବିଜେଡି ବରିଷ୍ଠ ଉପସଭାପତି ଚିନ୍ମୟ ଦାସ, ଯୁବନେତା ଭବେନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଂଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସହ ନେତୃତ୍ୱ ଉପସ୍ଥିତ ଥିଲେ ।