Odiapua.com

ବିଜୁ ଜନତା ଦଳ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର, ୧୭/୪ (ଓଡ଼ିଆ ପୁଅ) – ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ମିନତି ବେହେରାଙ୍କୁ ମାହାଙ୍ଗା ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଶ୍ରୀମତୀ ଲତିକା ପ୍ରଧାନ ଏବଂ ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କୁ କେନ୍ଦ୍ରାପଡ଼ା, ପାଟକୁରା ଓ ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କୁ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଦଳର ମୁଖପାତ୍ର ଶ୍ରୀମତୀ କସ୍ତୁରୀ ମହାପାତ୍ର ଏବଂ ଶ୍ରୀମତୀ ସୁନୀତା ବିଶ୍ୱାଳଙ୍କୁ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଶ୍ରୀମତୀ ଏଲିନା ଦାସଙ୍କୁ କଟକ-ଚୌଦ୍ୱାର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ ମୀରା ପରିଡ଼ାଙ୍କୁ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ସେହିପରି ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ଶ୍ରୀମତୀ ଗୀତାଞ୍ଜଳି ସେଠୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ବିଜେଡି ଏସ୍‌ସି ସେଲ୍‌ରାଜ୍ୟ ସଂପାଦକ ଭାବେ ଶ୍ରୀ ଦୀନବନ୍ଧୁ ମଲ୍ଲିକ ଏବଂ ଅନୁଗୁଳ ଜିଲ୍ଲା ବଅଁରପାଳର ଉମେଶ ଚନ୍ଦ୍ର ଗଡ଼ନାୟକଙ୍କୁ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ଏବଂ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଭାବେ ଶ୍ରୀ ନିଶିଥ କରଣଙ୍କୁ ନିଯୁକ୍ତି ଦେବା ସହ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି। ସେହିପରି ଶ୍ରୀ ମନୋଜ କୁମାର ନାୟକଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ସହିତ ଯାଜପୁର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତିବୋଲି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‌ଇସ୍ତାହାରରେ ସୂଚନା ଦେଇଛନ୍ତି।