Odiapua.com

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାରେ ଯୋଗଦେଲେ ମନ୍ତ୍ରୀ ଉଦ୍ଘାଟନ କଲେ କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ

ପାଟଣା ୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) – ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ମଙ୍ଗଳବାର ପାଟଣା ନିର୍ବାଚନ ମଣ୍ଡଳୀ କ୍ଷେତ୍ର ସାହରପଡା ବ୍ଲକର ବଡ଼ବିଲ ପଞ୍ଚାୟତ ରୁ ପଦଯାତ୍ରା ଆରମ୍ଭ ହୋଇ ବ୍ଲକ୍ ର ବିଭିନ୍ନ ଗ୍ରାମ ୱାର୍ଡ କୁ ଯାଇ ପଦଯାତ୍ରା କରି ରାଜ୍ୟ ସରକାର ଙ୍କର ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣ କୁ ଅବଗତ କରାଇଥିଲେ। ପାଟଣା ବିଧାୟକ ଜଗନ୍ନାଥ ନାଏକ ଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ଟାଙ୍ଗରପଡା ଠାରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ମନ୍ତ୍ରୀ ଶ୍ରୀ ନାଏକ ଉଦ୍ଘାଟନ କରିବା ପରେ ବଡ଼ବିଲ ପଞ୍ଚାୟତ ପଡିଆରେ ଆୟୋଜିତ ଏହି ସଭାରେ ଯୋଗ ଦେଇ ମିଶନ ଗୃହ ଉଦ୍ଘାଟନ କରିଥିଲେ ମନ୍ତ୍ରୀ ଶ୍ରୀ ନାୟକ। ପରେ ଏକ ବିଶାଳ ରାଲିରେ ପଦ ଯାତ୍ରାକରି ବିଭିନ୍ନ ଗ୍ରାମ ପରିକ୍ରମା ପରେ ବନବୀର ଠାରେ ପଦଯାତ୍ରାଶେଷ ହୋଇଥିଲା।ଏହି ପଦ ଯାତ୍ରାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ.କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ.ଜିଲ୍ଳାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟ ଶଙ୍କର ଚକ୍ର ପ୍ରମୁଖ ଯୋଗଦେଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ। ଏହି ପଦଯାତ୍ରାରେ ସାହାରପଡା ବ୍ଲକ ବିଜୁ ଜନତା ଦଳର ସଭାପତି ଗୋବିନ୍ଦ ମହାନ୍ତ. ସାହରପଡା ବ୍ଲକ ଉପାଧକ୍ଷା କିରଣ ବାଳା ସିଂ.କୃଷ୍ଣଚନ୍ଦ୍ର ମହାପାତ୍ର ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ବିଜେଡ଼ି ସଭାପତି ବିପ୍ଳବ କୁମାର ପୃଷ୍ଟି.ଦୀପକ କୁମାର ରାଜ. କରୁଣା ସାଗର ଖାଟୁଆ.ବିଜୟ କୁମାର ଖାଟୁଆ.ଭାଗିରଥି ଦାଶ. ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ ଭଞ୍ଜ ଙ୍କ ସମେତ ନିର୍ବାଚନ ମଣ୍ଡଳୀର ବିଜୁ ଜନତାଦଳ ର କର୍ମୀମାନେ ଯୋଗଦେଇ ଥିଲେ।