Odiapua.com

ବିଜୁ ଜନତା ଦଳରେ ସୁଧାକର ନନ୍ଦଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ସହ ବିଭିନ୍ନ ସେଲ ର ସଂପାଦକ ନିଯୁକ୍ତି

ଭୁବନେଶ୍ୱର, ୨୦/୪ (ଓଡ଼ିଆ ପୁଅ) – ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ଶ୍ରମିକ ସେଲ୍‌ର ରାଜ୍ୟ ସଂପାଦକ ଭାବେ ଶ୍ରୀ ଗଦାଧର ମଲ୍ଲିକଙ୍କୁ ନିଯୁକ୍ତି ଦେଇଥିବା ବେଳେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଂପାଦକ ଭାବେ ଶ୍ରୀ ଦୁଷ୍ମନ୍ତ ମଲ୍ଲିକ, କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂପାଦକ ଭାବେ ଏସ୍‌କେ. ଲିୟାକତ୍‌ଅଲ୍ଲୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲ୍‌ର ସଂପାଦକ ଭାବେ ଏସ୍‌କେ. ଗୁଫରାନ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ଭଦ୍ରକ ଜିଲ୍ଲାର ଶ୍ରୀ ସୁଧାକର ନନ୍ଦଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ଇସ୍ତାହାରରେ ଜଣାଇଛନ୍ତି।