Odiapua.com

ବିଜୁ ଜନତା ଦଳରୁ ନିଳମ୍ବିତ ହେଲେ ତିନିଜଣ

ଭୁବନେଶ୍ୱର ୨୧.୬ (ଓଡ଼ିଆ ପୁଅ) – ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ରଖାଯାଇଥିବା ଘଟଣାର ବିଜୁ ଜନତା ଦଳ ତରଫରୁ ତର୍ଜମା କରାଯାଇଥିଲା ଏବଂ ତାହାକୁ ଭିତ୍ତିକରି କଟକ ଜିଲ୍ଲାର ବିଦୋନ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଆଜି ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି ।