Odiapua.com

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ନୋଡାଲ ଉ.ପ୍ରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବନ୍ତ ବ୍ଲକ୍ ବିଜୁ ଛାତ୍ର ଜନତା ଦଳ, ଜୀବନ ବିନ୍ଦୁ ଓ ଓଡ଼ିଶା ମୋ ପରିବାର ମିଳିତ ସହଯୋଗରେ ଏକ ସ୍ୱେଚ୍ଛା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୋଟ ୨୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଶିବିରରେ ମୁଖ୍ୟଅତିଥି ଭାବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ, ମୁଖ୍ୟବକ୍ତା ଭାବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତୀ ସାମଲ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିବା ସହ ରକ୍ତଦାନର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଜୁ ଛାତ୍ର ଜନତା ଦଳର ଭଦ୍ରକ ଜିଲ୍ଲା ସଭାପତି ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ବନ୍ତ ବ୍ଲକ୍ ସଭାପତି ପ୍ରଣବ କିଶୋର ଲେଙ୍କା, ବିଜୁ ଯୁବ ଜନତା ଦଳର ବ୍ଲକ୍ ସଭାପତି ସତ୍ୟସାଧନ ବେଜ, ସ୍ଥାନୀୟ ସରପଞ୍ଚ ତିଳୋତ୍ତମା ବାରିକ, ସମିତିସଭ୍ୟ ରବିନ୍ଦ୍ର ନାଥ ଧଳ, ପ୍ରବୀର ରାଉତ, ସନ୍ତୋଷ କୁମାର ବାରିକ, ଯୁବନେତା ସେକ୍ ସମିମ୍ ନୱାଜ୍‌, ଅକ୍ଷୟ କୁମାର ଦାସ, ରାଜେଶ ପହି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭଦ୍ରକ ବ୍ଲଡ୍ ବ୍ୟାଙ୍କର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିଲେ ।