Odiapua.com

ବିଜୁଳି ତାର ଲାଗି ଟ୍ରକ ଡ୍ରାଇଭରର ଶୋଚନୀୟ ମୃତ୍ୟୁ

ବଲାଙ୍ଗୀର ୧୪-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ଚନାବାହାଲ ଗ୍ରାମ ଦେଇ ଏକ ଡ଼ମ୍ପର ଟ୍ରକ ଆସୁଥିବା ବେଳେ ବିଜୁଳି ତାର ସଂସ୍ପର୍ଶରେ ଆସି ଡ୍ରାଇଭରର ଶୋଚନୀୟ ମୃତ୍ୟୁ ଘଟିଛି।

ପ୍ରକାଶ ଯେ, ମୁରିବାହାଲ ବ୍ଲକ ଅନ୍ତର୍ଗତ ଚନାବାହାଲ ଗ୍ରାମ ଦେଇ ଯାଉଥିବା ଉକ୍ତ ଟ୍ରକ କୁ ଡ୍ରାଇଭର ପୃଥିରାଜ ପାତ୍ର ଚଳେଇ ଆସୁଥିବା ବେଳେ ଗତ କିଛି ଦିନ ହେଲା ହୋଇଥିବା କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ସହ ଲାଇନ ଖୁଣ୍ଟ ସବୁ ଉପୁଡ଼ି ତାର ମାନ ଛିଣ୍ଡିଯିବା ଅବସ୍ଥାରେ ରହିଥିଲା। ମୁଖ୍ୟ ରାସ୍ତା ଦେଇ ବିଭିନ୍ନ ଯାନବାହାନ ଯିବା ଆସିବା କରୁଥିବା ବେଳେ ପ୍ରାୟ ୪ ଟା ୩୦ ମିନିଟ ସମୟରେ ଉକ୍ତ ଟ୍ରକରେ ବିଦୂତ ତାର ଲାଗି ଯାଇଥିଲା ଓ ଘଟଣା ସ୍ଥଳରେ କୁଡ଼ସୁଡ଼ ଗ୍ରାମର ପୃଥ୍ୱୀରାଜ ପାତ୍ର (୩୫) ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏ ନେଇ ପୋଲିସ କୁ ଗ୍ରାମବାସୀ ସୂଚନା ଦେଇଥିବା ଜଣାଯାଇଛି।