Odiapua.com

ବିଜୁଯୁବ ଜନତା ଦଳ ପୁନର୍ଗଠିତ, ପ୍ରଣିତ ଉପସଭାପତି, ଉତ୍କଳ ସାଧାରଣ ସମ୍ପାଦକ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବିଜୁ ଯୁବ ଜନତା ଦଳର ଭଦ୍ରକ ଜିଲ୍ଲାଶଖା ପୁନର୍ଗଠିତ ହୋଇ ପ୍ରଣିତକାନ୍ତି ସାମଲଙ୍କୁ ଜିଲ୍ଲା ଉପସଭାପତି ଓ ଉତ୍କଳକେଶରୀ ମହାନ୍ତିଙ୍କ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସଙ୍ଗଠନର ଭଣ୍ଡାରିପୋଖରୀ ବ୍ଲକ ସଭପତି ଭାବେ ଲଳିତ କୁମାର ରାଉତଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯାଇଛି । ସଙ୍ଗଠନର ରାଜ୍ୟ ସଭାପତି ତଥା ବିଧାୟକ ଡ ବ୍ୟମକେଶ ରାୟ ଓ ଯୁବ ବ୍ୟାପାର ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟଙ୍କ ଦ୍ୱାରା ଏହି ନୂତନ ନିଯୁକ୍ତି ଦିଆଯାଇଛି । ଏହି ନୂତନ ନିଯୁକ୍ତିକୁ ସ୍ୱାଗତ କରାଯିବା ସହ ଏହାଦ୍ୱାରା ସଙ୍ଗଠନ ଅଧିକ ସୁଦୃଢ ହୋଇପାରିବ ବୋଲି ଦଳର ସ୍ଥାନୀୟ ଶାଖା ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।