Odiapua.com

ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଦୀପଦାନ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଦୀପଦାନ କରାଯାଇଛି । ତହସିଲ ନିକଟସ୍ଥ ସାଇ ମନ୍ଦିର ପରିସରରେ ଆଜି ସନ୍ଧ୍ୟାରେ ବିଜେଡି ନଗର ପକ୍ଷରୁ ନଗର ସଭାପତି ସୁଶାନ୍ତ ରାଉତ, ସାଂସଦ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ଲମ୍ବୋଧର ଜେନା, କୃଷ୍ଣଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଅମରେନ୍ଦ୍ର ମହାନ୍ତି, ଚିତରଂଜନ ଦାଶ, ସରୋଜ ସେଠୀ, ଜ୍ଞାନେନ୍ଦ୍ର ସାହୁ, କୈଳାସ ଜେନା, ମୁନା ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଜୁବାବୁଙ୍କ ଅମର ଆତ୍ମାର ସଦଗତି ପାଇଁ ଦୀପଦାନ କରିଥିଲେ । ସେହିପରି କରଦା ପଂଚାୟତ ଖିଲାଟେଶ୍ୱର ମନ୍ଦିର ପରିସରରେ ମଧ୍ୟ ସନ୍ଧ୍ୟାରେ ଏହି ଦୀପଦାନ କରାଯାଇଛି । ଏଥିରେ ଦଳର ବ୍ଲକ ଯୁବ ଉପସଭାପତି କୃଷ୍ଣଚନ୍ଦ୍ର ପତିଙ୍କ ନେତୃତ୍ୱରେ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ, ସରପଂଚ ସୁପ୍ରଭା ଆଚାର୍ଯ୍ୟ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବିନୋଦ ନାୟକ, ପୂର୍ବତନ ସରପଂଚ ଅତିଶ ନନ୍ଦ ଓ ବିଳାସ ପାଗଳ, ସମିତି ସଭ୍ୟ ମାନସ ବାରିକ, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ନିରାକାର ତରାଇ, ପ୍ରତାପ ସାମଲ, ମାନସ ରାଉତ, ପ୍ରଶାନ୍ତ ଦ୍ୱିବେଦୀ, ଜଗବନ୍ଧୁ ପ୍ରଧାନ, ପ୍ରତାପ ମହାନ୍ତି, ହରିହର ବେହେରା, ଜ୍ୟୋତିପ୍ରକାଶ ସାମଲ, ନାରାୟଣ ଚନ୍ଦ୍ର ଦାସ, ନିରଞ୍ଜନ କର ପ୍ରମୁଖ ଯୋଗଦେଇ ଦୀପଦାନ କରିଥିଲେ ।