Odiapua.com

ବିଜୁବାବୁଙ୍କ ଶ୍ରାଦ୍ଧୋତ୍ସବ:୨୦୪ ୟୁନିଟ ରକ୍ତ ସଂଗ୍ରହ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧୋତ୍ସବ ଅବସରରେ ଆଜି ଧାମନଗର ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଗାନ୍ଧୀଘାଟସ୍ଥିତ ବୈତରଣୀ ନଦୀରେ ତିଳ ତର୍ପଣ କରାଯିବା ପରେ ସେଠାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟର୍ପଣ କରିଥିଲେ । ପରେ ଧୂଷୁରୀ ଓ ଧାମନଗର ଠାରେ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଧୂଷୁରୀସ୍ଥିତ ପୂଜ୍ୟପୂଜା ସଂସଦ ଗୃହରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଦଳ ପକ୍ଷରୁ ଏକ ମେଘା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଯୋଗଦେଇ ଉଦଘାଟନ କରିଥିଲେ ।

ଏଥିରେ ୨୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପୂର୍ବତନ ବିବିସିସି ସଭାପତି ରଘୁନାଥ ଲେଙ୍କା, ଜିଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ସାଂସଦ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ, ସରପଂଚ ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ସମିତି ସଭ୍ୟ ହରେକୃଷ୍ଣ ପାଢୀ ଓ ପ୍ରଦୀପ ମଲ୍ଲିକ, ବିଜେଡି ବ୍ଲକ ସଭାପତି ଉମେଶ ମହାନ୍ତି, ବ୍ଲକ ମହିଳା ସଭାନେତ୍ରୀ ସୁରତି ନାୟକ, ବ୍ଲକ ଯୁବ ସଭାପତି ଭାରତ ବିଜୟୀ ଦଳାଇ, ଗଦାଧର ସାହୁ, ସୁଶାନ୍ତ ନାୟକ, ସାରଦା ପ୍ରସନ୍ନ ସାହୁ, ବିଦ୍ୟାଧର ରାଉତ, ସୁବାସ ମହାକୁଡ, ନରେନ୍ଦ୍ର ନାରାୟଣ ନାୟକ, କୃଷ୍ଣଚନ୍ଦ୍ର ପତି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସନ୍ଦିପଶେଖର ସ୍ୱାଇଁ, ରାଜେନ୍ଦ୍ର ପଲାଇ, ସାରଦା ପ୍ରସନ୍ନ ରାଉତ, ବିମ୍ବାଧର ବିଶ୍ୱାଳ, ବିଜୟ ନାରାୟଣ ମିଶ୍ର, ସଂଜୟ ମହାପାତ୍ର, ରଶ୍ମିରଂଜନ ବିଶ୍ୱାଳ, ଭାନୁପ୍ରକାଶ ପଲାଇ, ସୁଶାନ୍ତ ପଣ୍ଡା, ହିମାନ୍ଦି ଦାସ, ଶାନ୍ତନୁ ପଲାଇ, ରଣଜିତ ଲେଙ୍କା, ନିର୍ମଳ ନାୟକ, ସଂଜୟ ହୋତା, ଅକ୍ଷୟ ହୋତା, ରଘୁନାଥ ସ୍ୱାଇଁ, ମଧୁସୂଦନ ପରିଡା, ଆଲୋକ ମହାପାତ୍ର, ସତ୍ୟପ୍ରୟ ମହାନ୍ତି, ରଘୁନାଥ ପତ୍ରି, ଦାରାସଂହ ନାୟକ, ସୁକାନ୍ତ ନାୟକ, ବାବୁଲାଲ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।