Odiapua.com

ବିଛିନାଂଚଳ ପ୍ରବାସୀ ଓଡ଼ିଆ, କବି ବାମନ ଚନ୍ଦ୍ର ଦୀକ୍ଷିତ “ଡକ୍ଟରେଟ” ଉପାଧି ପାଇଲେ

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସମ୍ବିଧାନ କ୍ଲବ ଠାରେ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୱେଲ ଏଡ଼ୁକେସନ ଏଣ୍ଡ ପିସ କାଉନସିଲ ଦ୍ୱାରା ଅନୁଷ୍ଠିତ ଭବ୍ୟ ସମାରୋହରେ କାଉପୁର ଦୈସିଂର ଅବସର ପ୍ରାପ୍ତ ରେଳବାଇ କର୍ମଚାରୀ ତଥା ବିଶିଷ୍ଟ କବି, ସୁସାହିତ୍ୟିକ ପ୍ରବାସୀ ଓଡ଼ିଆ ବାମନ ଚନ୍ଦ୍ର ଦିକ୍ଷିତଙ୍କୁ ଜୀବନ ବ୍ୟାପି ସାହିତ୍ୟ ସାଧନା ପାଇଁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ଦିଆ ଯାଇଛି। ବିଛିନ୍ନାଂଚଳ ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବାରେ ସେ ସାଧନାରତ। ତାଙ୍କ ଦ୍ୱାରା ରଚିତ ଓଡ଼ିଆ କାବ୍ୟଗ୍ରନ୍ଥ “ସ୍ମୃତି ସୁଧା, ମ୍ଳାନ ମୂର୍ଚ୍ଛନା, ତଥାପି ଜୀବନ, କଥା ଓ ବ୍ୟଥା” ହିନ୍ଦୀ କବିତା ସଂକଳନ “ମେରି ଏହେଶାଶୋ କା, ଧୁଣ୍ଡଲି ଚାନ୍ଦିନୀ” ଆଦି ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ସମ୍ପାଦନାରେ ବାର୍ଷିକ ସାହିତ୍ୟ ପତ୍ରିକା “ଉତ୍କଳ ବିଳାସ” ବିଛିନ୍ନାଂଚଳରେ ଖୁବ ପଠକୀୟ ଆଦୃତି ଲାଭ କରିଛି। ନିଜର କବିତ୍ୱର କଳାକୃତି ପାଇଁ ତାଙ୍କୁ ଷ୍ଟୋରି ମିରର, ଶଙ୍କର ଭାରତୀ, ମାମା ଭାଂଜୋ ଓ ଓଡିଶାର ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ଅବସରପରେ ଶ୍ରୀ ଦୀକ୍ଷିତ ଛତିଶଗଡ଼ ରାୟପୁର ସହରରେ ଅବସ୍ଥାନ କରୁଛନ୍ତି। ବିଛିନ୍ନାଂଚଳରେ ପ୍ରବାସୀ ଓଡ଼ିଆ ସାହିତ୍ୟ ସମୃଦ୍ଧି କ୍ଷେତ୍ରରେ ତାଙ୍କ ଅବଦାନ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରି ରଖିଛି।କାଉପୁର ସୁନାମଧନ୍ୟ ରାଜନେତା ସ୍ୱର୍ଗତଃ ଗଦାଧର ଦୀକ୍ଷିତଙ୍କ ପୁତୁରା ତଥା ସ୍ୱର୍ଗତଃ ଭାସ୍କର ଚନ୍ଦ୍ର ଦୀକ୍ଷିତଙ୍କର ମାଧ୍ୟମ ପୁତ୍ର ଓ ଦୈସିଂ ପଂଚାୟତ ସମିତି ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ସନାତନ ଦୀକ୍ଷିତଙ୍କ ବଡ଼ଭାଇ। ତାଙ୍କର ଏହି କଳାକୃତି ସାଧନା ପାଇଁ ଭଦ୍ରକର ଅଗ୍ରଣୀ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବଳ, ଭଦ୍ରକ ନିଖିଳୋତ୍କଳ ଶିକ୍ଷକ ସଂଘ ତରଫରୁ ବସନ୍ତ ଦୀକ୍ଷିତ ପ୍ରମୁଖ ସ୍ୱାଗତ ଜଣାଇଛନ୍ତି।