Odiapua.com

ବିକୃତ କରି ଗୀତ ଗାଇଲେ ସୋନା:ସମାଲୋଚିତ ହେଉଛନ୍ତି ନବୀନ!

ଭୁବନେଶ୍ୱର(ଦେବଦତ୍ତ ରଥ):ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ଭିନ୍ନ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଛନ୍ତି ସୋନା ମହାପାତ୍ର।ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି ତ’ କେତେକକୁ ଭିର୍ଣ୍ଣ ଶୈଳୀରେ ଉଚ୍ଚାରଣ କରିଛନ୍ତି।ଯେପରିକି ସାଲବେଗକୁ ସାଲେବେଗ,ମତ୍ତକୁ ମାତ୍ର,ଚରଣକୁ ଚରଣେ,ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି।ଏହାକୁ ନେଇ ସୋନାଙ୍କୁ ବିରୋଧ କରି ପୁରୀରେ ପୋଷ୍ଟର ପୋଡ଼ି କରାଯାଇଥିବା ବେଳେ ସୋନାଙ୍କ ବିରୋଧରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି।ସୋନା ମହାପାତ୍ର କ୍ଷମା ମାଗନ୍ତୁ ବୋଲି ଅନେକ ଦାବି କରୁଛନ୍ତି।
ତେବେ ଏଭିତରେ କେତେକ ଏ କଥାରେ ଓଲଟା ନବୀନଙ୍କୁ ଟାର୍ଗେଟ କରୁଛନ୍ତି।ସୋନା ଯଦି କିଛି ଶବ୍ଦକୁ ବିକୃତ କରି ଉଚ୍ଚାରଣ କରି ଜଗନ୍ନାଥ ତଥା ଓଡ଼ିଶା ସଂସ୍କୃତିର ଅପମାନ କରିଛନ୍ତି,ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଶୁଦ୍ଧ ଓଡ଼ିଆ ଉଚ୍ଚାରଣ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ପୋଷ୍ଟ ଦେଖିବାକୁ ମିଳୁଛି।ଯଦି ଓଡ଼ିଆ ଭାଷା ଏବଂ ସଂସ୍କୃତି ପ୍ରତି ଏତେ ସ୍ପୃହା ରହିଛି,ତେବେ ଜଣେ ସାଧାରଣ କଣ୍ଠଶିଳ୍ପୀଙ୍କୁ ନୁହେଁ,ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକୃତ ଓଡ଼ିଆ ଉଚ୍ଚାରଣକୁ ବିରୋଧ କରାଯିବା ଉଚିତ ବୋଲି ସୋସିଆଲ ମିଡିଆରେ କୁହାଯାଉଛି।