Odiapua.com

ବିକାଶ ମେଳାରେ ଷ୍ଟଲ ପ୍ରଦର୍ଶନୀ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରାଙ୍ଗଣରେ ଓରମାସ୍ ଓ ପାନୀୟଜଳ ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ତା ୨୧-୦୯-୨୦୨୪ରିଖ ଠାରୁ ୨୩-୦୯-୨୦୨୪ରିଖ ୩ଦିନ ଧରି ଆୟୋଜନ ହେଉଥିବା ବିକାଶ ମେଳାର ଷ୍ଟଲ ପ୍ରଦର୍ଶନୀ ମାନ୍ୟବର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ଜିଲ୍ଲାପାଳ ଦିଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସରୋଜ କୁମାର ଦତ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କୁଶଳ ଚନ୍ଦ୍ର ନାୟକଙ୍କ କରକମଳରେ ଶୁଭଉଦ୍‌ଘାଟିତ ହୋଇଥିଲା । ଉକ୍ତ ବିକାଶ ମେଳାରେ ଓରମାସ ସହାୟତାରେ ଜିଲ୍ଳାରେ ଥିବା ସ୍ୱୟଂସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶନୀ ଓ ବିକ୍ରି କରାଯିବାକୁ ବ୍ୟବସ୍ଥା କରାଯାଇଛି । ଓରମାସର ଏକ ଥିମ୍ ଷ୍ଟଲ ମାଧ୍ୟମରେ ଜିଲ୍ଲାରେ ଉତ୍ପାଦିତ ଦ୍ରବ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟାବଳୀ ଯଥା ଦକ୍ଷତା ଓ ଜୀବିକା ନିର୍ବାହ ନିମନ୍ତେ ଓରମାସର ପ୍ରଚେଷ୍ଟାକୁ ସମସ୍ତଙ୍କ ନିକଟରେ ପହଂଚାଇବାକୁ ଚେଷ୍ଟା କରାଯାଇଛି । ଉକ୍ତ ବିକାଶ ମେଳାରେ ଓରମାସର ୭ଟି, ମିଶନ ଶକ୍ତିର ୨ଟି, ମହିଳା ଓ ଶିଶୁ ବିକାଶ ଯୋଜନା, ଜିଲ୍ଲାଶିଳ୍ପ କେନ୍ଦ୍ର, କୃଷି ବିଭାଗ, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ସୂଚନା ଓ ଲୋକସମ୍ପର୍କ, ମୃତିକା ସଂରକ୍ଷଣ, ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା, ସ୍ୱଳ୍ପ ସଂଚୟ ଯୋଜନା, ପୌରପାଳିକା, ହସ୍ତତନ୍ତ୍ର, ହସ୍ତଶିଳ୍ପ, ମତ୍ସ୍ୟସମ୍ପଦ, ପରିଚାଳନା ଓ ସଂଯୋଜନା, ଜିଲ୍ଲାପରିଷଦରର ସ୍ୱଚ୍ଛ ଭାରତ ମିଶନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଆବାସ ଯୋଜନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଶିକ୍ଷା ଓ ଶ୍ରମ ବିଭାଗର ଷ୍ଟଲମାନ ମଧ୍ୟ ପ୍ରଦର୍ଶିତ ହୋଇଛି । ୨ ଗୋଟି ଖାଦ୍ୟ ଷ୍ଟଲ ମଧ୍ୟ ହୋଇଛି । ଉକ୍ତ ମେଳାରେ ୨୦୦୦ରୁ ଅଧିକ ଜନସମାଗମ ହେବା ସହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ରାଉତ, ଓଡ଼ିଶା ଜୀବୀକା ମିଶନ ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ବାରିକ୍‌, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଅଭିକ୍ ନାରାଇନ୍‌ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ମେଳାରେ ଓରମାସ, ଓଡ଼ିଶା ଜୀବୀକା ମିଶନ ଓ ମିଶନ ଶକ୍ତି ବିଭାଗର କର୍ମକର୍ତାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିକାଶ ମେଳାରେ ପ୍ରଥମ ଦିନରେ ୩୦ ହଜାର ଟଙ୍କାର ବ୍ୟବସାୟ ହୋଇଥିଲା ।