ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକର ବିଭିନ୍ନ ପଚାଂୟତରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାମଚନ୍ଦ୍ରପୁର ପଚାଇୟତରେ ପୂର୍ବତନ ସରପଚଂ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ସରପଚଂ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ଯୁବନେତା ସୁରେନ୍ଦ୍ର ବିଶ୍ୱାଳ, ପଦ୍ମନାଭ ସୁଆଁର,ନର୍ବାହି ଅଧିକାରୀ ସୁପ୍ରିୟା ଭୂୟାଁ ପ୍ରମୁଖ ଯୋଗଦେଇ ରାଜ୍ୟରେ ମୋହନ ସରକାରଙ୍କ ବିକାଶ କାର୍ଯ୍ୟ ଉପରେ ମତ ରଖିଥିଲେ । ରଞ୍ଜିତ ନାୟକ, ପ୍ରତାପ ବିଶ୍ୱାଳ, କାଳନ୍ଦୀ ଜେନା, ରାଜେନ୍ଦ୍ର ନାୟକ, ଆନନ୍ଦ ପତି, ପ୍ରହଲ୍ଲାଦ ବେହେରା, ରବିନ୍ଦ୍ର ନାୟକ ସହଯୋଗ କରିଥିଲେ । ସେହିପରି ବି.ଟି.ପୁର ପଚାଂୟତରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସରପଚଂ ପ୍ରତିନିଧି ସପନ ସିଂହ, ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା, ଚିନ୍ମୟ ମହାପାତ୍ର, ଶିବାନନ୍ଦ ଦାସଅଧିକାରୀ, ଅଶୋକ ପରିଡା, ନିର୍ବାହୀ ଅଧିକାରୀ ବୀର କିଶୋର ନାୟକ, ଗ୍ରାମ ରୋଜଗାର ସେବକ ସସ୍ମିତା ଦେହୁରୀ,ପୟୋଧର ବାରିକ, ବାବୁରାମ ବେହେରା, ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଉଭୟ ପଚାଂୟତରେ ହିତାଧିକାରୀଙ୍କୁ ରାସନ କାର୍ଡ ଓ ଚାଉଳ ବଂଟନ କରଯାଇଥିଲା । ଅନୁରୂପ ଭାବେ ଗୋପିନାଥପୁର ଠାରେ ମଣ୍ଡଳ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା, ବିଷ୍ଣୁ ପଣ୍ଡା,ମଦନମୋହନ ଦାଶ, କାଳନ୍ଦୀ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ନୂତନ କାର୍ଡ ବଂଟନ କରାଯାଇଥିଲା ।