ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତି ଅବସରରେ “ବିକାଶର ଧାରା : ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ପଂଚାୟତ ସ୍ତରରେ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। “ସୁଶାସନ ଓ ଗ୍ରାମାଂଚଳରେ ପରିବର୍ତନ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ହୋଇଥିବା ପରିବର୍ତନ ଉପରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞ୍ଜନ ମଲ୍ଲିକ ଯୋଗଦେଇ ସରକାରଙ୍କ ବିକାଶମୂଳକ ପଦକ୍ଷେପ, ସ୍ୱଚ୍ଛ ଓ ଦାୟିତ୍ୱବାନ ପ୍ରଶାସନ ଏବଂ ଗ୍ରାମାଂଚଳର ଆର୍ôଥକ ଓ ସାମାଜିକ ଅଗ୍ରଗତି ବିଷୟରେ ଆଲୋକପାତ କରିଥିଲେ। ବ୍ଲକ ଚେୟାରମ୍ୟାନ ଉର୍ମିଳା ନାୟକ ସଭାପତିତ୍ୱ କରିଥିବା ବେଳେ ମଳୟ ଜେନା, ଏବିଓ ଗୁଲ ଫିରଦୋସ ଓ ବିଧାୟକ ପ୍ରତିନିଧି ଭାସ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଆଗାମୀ ବିକାଶ ରୂପରେଖା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବକ୍ତାମାନେ କହିଥିଲେ ଯେ, ସୁଶାସନ, ସ୍ୱଚ୍ଛ ପ୍ରଶାସନ, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ଭିତିଭୂମି ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳପ୍ରସୂ ହୋଇଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଜୀବନଧାରାରେ ଉଲ୍ଲେଖନୀୟ ପରିବର୍ତନ ଆସିଥିବା ସେମାନେ ପ୍ରକାଶ କରିଥିଲେ। ସମ୍ମିଳନୀ ଅବସରରେ ବିଭିନ୍ନ ସରକାରୀ ଯୋଜନାର ସଫଳ ହିତାଧିକାରୀମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଶେଷରେ ସମସ୍ତ ଅତିଥି, ଜନପ୍ରତିନିଧି, ସରକାରୀ ଅଧିକାରୀ ଏବଂ ହିତାଧିକାରୀମାନଙ୍କ ସକ୍ରିୟ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଜନସାଧାରଣଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥିଲା।