Odiapua.com

ବିକଶିତ ଭାଇବ୍ରାଂଟ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ସହ ଭଦ୍ରକର ୧୦ ଜଣ ଯୁବକଙ୍କ ଭର୍ଚୁଆଲ୍ ଆଲୋଚନା

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ବିକଶିତ ଭାଇବ୍ରାଂଟ ଗ୍ରାମ କାର୍ଯ୍ୟକ୍ରମ-୨୦୨୬ ଅଧୀନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତା ୨୬/୭/୨୦୨୬ ରିଖ ରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୫୦୦ରୁ ଅଧିକ ଯୁବକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରେରଣାଦାୟକ ଆଲୋଚନା କରିଥିଲେ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ମୋ ଭାରତ ପ୍ଲାଟଫର୍ମ, ଭାରତ-ତିବ୍ଦତୀୟ ସୀମା ପୋଲିସ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୪୦୦ ଯୁବକ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲାର ୧୦ ଜଣ ଯୁବ ଅଂଶଗ୍ରହଣକାରୀ ଭଦ୍ରକ କଲେକ୍ଟରଙ୍କ କାର୍ଯ୍ୟାଳୟ ଭିଡିଓ କନଫରେନ୍ସ ହଲ୍ ରୁ ଏହି ଜାତୀୟ ସ୍ତରୀୟ ଭର୍ଚୁଆଲ୍ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିକଶିତ ଭାରତର ସଂକଳ୍ପକୁ ଆଗକୁ ନେବା ଏବଂ ସୀମାନ୍ତ ଗ୍ରାମଗୁଡ଼ିକୁ “ଦେଶର ପ୍ରଥମ ଗ୍ରାମ” ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଯୁବପିଢ଼ିଙ୍କ ମଧ୍ୟରେ ପ୍ରଚାର କରିବା। ବିକଶିତ ଭାଇବ୍ରାଂଟ ଗ୍ରାମ କାର୍ଯ୍ୟକ୍ରମ’ ୩ ଜୁନ୍ ରୁ ୩୦ ଜୁନ୍ ୨୦୨୬ ରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଦେଶର ୨୪୫ ଜିଲ୍ଲାରୁ ମନୋନୀତ ୪୦୩ ଜଣ ଯୁବକ ଲଦାଖ, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡର ୭୪ଟି ସ୍ପନ୍ଦନଶୀଳ ସୀମାନ୍ତ ଗ୍ରାମ ପରିଦର୍ଶନ କରିଥିଲେ। ସେମାନେ ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସଚେତନତା, ବୃକ୍ଷରୋପଣ, ସାଂସ୍କୃତିକ ବିନିମୟ ଓ ମିନି ମଡେଲ ପଞ୍ଚାୟତ ଆୟୋଜନ ଭଳି କାର୍ଯ୍ୟରେ ସାମିଲ ହୋଇଥିଲେ।ଦେଶବ୍ୟାପୀ ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ୩ ଲକ୍ଷରୁ ଅଧିକ ଯୁବକ ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ଏହି ୪୦୩ ଜଣଙ୍କୁ ଚୟନ କରାଯାଇଥିଲା।ଏହି ଅବସରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ଫୁଆଦ ମହମ୍ମଦ ଏବଂ ଭଦ୍ରକ ଜିଲ୍ଲାର ଯୁବ ଅଂଶଗ୍ରହଣକାରୀମାନେ ଉପସ୍ଥିତ ଥିଲେ।