ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବରପଦା ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟରେ ଲାଗି ରହିଥିବା ଅଚଳାବସ୍ତା ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶ ପରେ ସୁଧୀରିବା ଆରମ୍ଭ ହୋଇଛି। କଲେଜରେ ସୁସ୍ଥ ବାତାବରଣ ସହିତ ଶିକ୍ଷା ବ୍ୟବସ୍ଥା ଉପରେ ବିଏସ୍ଇଟି ସୋସାଇଟି କର୍ତୃପକ୍ଷ ଗୁରୁତ୍ୱ ଦେଉଥିବା ବେଳେ ଆଜି ଦୁଇ ଟି ବଡ଼ ନିଷ୍ପତି ଘୋଷଣା କରିଛନ୍ତି। ଏ ନେଇ ନୂଆ ବଜାର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସ୍ଇଟି ସୋସାଇଟି ସଭାପତି ଇଂ ପ୍ରୟାସକାନ୍ତି ସାମଲ ସୂଚନା ଦେଇଛନ୍ତି । ତେବେ ଏହି ମହାବିଦ୍ୟାଳୟରେ ଥିବା ମୋଟ ୭୦ ଏକର ଜମି ମଧ୍ୟରୁ ୨୦ ଏକର ଜମି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଦାନ କରିବାକୁ ଘୋଷଣା କରିବା ସହିତ ଏହି ମହାବିଦ୍ୟାଳୟ କୁ ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବ ଙ୍କ ନାମରେ ନାମିତ କରିବା ସହ ସରକାର ଏହି କଲେଜ କୁ ନିଜ ହାତକୁ ନେବାକୁ ସୋସାଇଟି ଅନୁରୋଧ କରିଛନ୍ତି। ଏପରିକି ଏ ସମ୍ପର୍କରେ ଏକ ଚିଠି ଭଦ୍ରକ ଜିଲ୍ଲାପାଳ, ସାଂସଦ, ବିଧାୟକ ଏବଂ ମାନ୍ୟବର ମନ୍ତ୍ରୀ ଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ଇଂ ଶ୍ରୀ ସାମଲ ସୂଚନା ଦେଇଛନ୍ତି।