Odiapua.com

ବିଏମଏସ ବଲଣ୍ଡା ପରିବାର ବ୍ୟବସାୟୀ ସଂଘ ପକ୍ଷରୁ ତ୍ରିରଙ୍ଗା ପଦଯାତ୍ରା

ତାଳଚେର, ୮/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଅଛି। ଏହି ଅବସରରେ ବିଏମଏସ ପରିବାର ବ୍ୟବସାୟୀ ସଂଘ ପକ୍ଷରୁ ସାଉଥ୍ ବଲଣ୍ଡା ଠାରେ ତ୍ରିରଙ୍ଗା ପତାକା ଧରି ମାର୍କେଟ୍ ଠାରୁ କଲୋନୀ ଅଂଚଳର ପଦଯାତ୍ରା କରି ଶତାଧିକ କାର୍ଯ୍ୟକର୍ତା ବିଭିନ୍ନ ସ୍ଲୋଗାନ ଦେଇ ଜନଜାଗରଣ ସୃଷ୍ଟି କରିଥିଲେ। ଅମୃତ ମହୋତ୍ସବ ସମିତି ତାଳଚେର ଖଣ୍ଡର ସହ ସଂଯୋଜକ ମନୋଜ କୁମାର ପ୍ରଧାନ, ସଂଘର ସଭାପତି ଶିବରାମ ପାତ୍ର, ସଂପାଦକ ଇଶ୍ୱର ସାହୁ, କୋଷାଧ୍ୟକ୍ଷ ସୁରେଶ ମହାନ୍ତିଙ୍କ ମାର୍ଗଦର୍ଶନରେ ଅନୁପ୍ରାଣୀତ ହୋଇ ଏହି ପଦଯାତ୍ରାରେ ସମସ୍ତେ ସାମିଲ୍ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘର ଅଖିଳ ଭାରତୀୟ ଉପସଭାପତ୍‌ି ଶ୍ରୀନିବାସ ଖୁଣ୍ଟିଆ ଯୋଗ ଦେଇ ସମସ୍ତ କଲୋନୀବାସୀମାନଙ୍କୁ ଅଗଷ୍ଟ ୧୫ରେ ଜାତୀୟ ପତାକା ଘରେ ଘରେ ଲଗାଇ ନିଜକୁ ଭାଗ୍ୟଶାଳୀ ମନେ କରିବା ପାଇଁ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ମଲ୍ଲିକ୍‌, ସନ୍ତୋଷ ମହାସୁପକାର, ସନତ କୁମାର ସାହୁ. ମଲ୍ଲିକା ବେହେରା, ହରମୋହନ ମିଶ୍ର, ତୁଷାର କୁମାର ସାହୁ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।