Odiapua.com

ବାୟୁସେନାରେ ସାମିଲ ହେବ୮ଟି ଆପାଚ ହେଲିକ୍ୟାପ୍ଟର

ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ବଢିବ ଭାରତୀୟ ବାୟୁସେନାର ଶକ୍ତି। ଆସନ୍ତାକାଲି ବାୟୁସେନାରେ ସାମିଲ ହେଉଛି ଆକ୍ରମଣକାରୀ ୮ଟି ଆପାଚ୍‌ ହେଲକ୍ୟାପ୍‌ଟର। ଆମେରିକା ନିର୍ମିତ ଆପାଚ୍‌ AH-64 E ହେଲିକ୍ୟାପଟର ପଠାନକୋଟ୍‌ ଏୟାରବେସ୍‌ରେ ସାମିଲ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାୟୁସେନା ମୁଖ୍ୟ ବି.ଏସ ଧନୋଆ। ଏହି ଅତ୍ୟାଧୁନିକ ଆକ୍ରମଣକାରୀ ହେଲିକ୍ୟାପଟ ଆମେରିକା ସେନା ବ୍ୟବହାର କରିଥାଏ। ଶତ୍ରୁ ଉପରେ ଆକ୍ରମଣ କରିବାରେ ଆପାଚ୍‌ ହେଲିକ୍ୟାପଟର ସବୁଠୁ ମାହିର। ଏହା ବିଶ୍ୱର ସବୁଠୁ ଅତ୍ୟାଧୁନିକ ଆକ୍ରମଣକାରୀ ହେଲିକ୍ୟାପଟର। ୨୦୧୫ରେ ୨୨ଟି ଆପାଚ ହେଲିକ୍ୟାପଟର ପାଇଁ ଆମେରିକା ସରକାର ଓ ବୋଇଂ ଲିମିଟେଡ୍‌ ସହ ଭାରତ ଚୁକ୍ତି କରିଥିଲା। ପ୍ରଥମ ପର୍ଯ୍ୟାୟରେ ୪ଟି ହେଲିକ୍ୟାପଟର ଭାରତକୁ ହସ୍ତାନ୍ତର ହୋଇଥିଲା। ଆଉ ୮ଟି ଆସନ୍ତକାଲି ବାୟୁସେନାରେ ସାମିଲ ହେଉଛି । ୨୦୨୦ ଶେଷ ସୁଦ୍ଧା ସମସ୍ତ ବାକି ହେଲିକ୍ୟାପ୍‌ଟର ଭାରତକୁ ହସ୍ତାନ୍ତର ହେବ।