Odiapua.com

ବାହାର ଜିଲା ଓ ଅନ୍ୟରାଜ୍ୟର ବ୍ୟକ୍ତିଙ୍କ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଥିବା କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କରୋନା ମହାମାରୀ କୁ ଦୃଷ୍ଟିରେ ରଖି ସ୍ୱର୍ଗଦ୍ୱାର ଠାରେ ବାହାର ଜିଲା ଏବଂ ଅନ୍ୟରାଜ୍ୟ ର ବ୍ୟକ୍ତି ଙ୍କ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି କଟକଣା କୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାତ୍ର କୋଭିଡ୍ ନିୟମ ଅନୁପାଳନ କରି ପୁରୀ ଜିଲା ବାସିନ୍ଦା ସ୍ୱାର୍ଗଦ୍ୱାର ଠାରେ ସେମାନଙ୍କ ସଂପର୍କୀୟ ଙ୍କ ଶବଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ। ଜିଲା ମଧ୍ୟକୁ ଆସୁଥିବା ବାହାର ଜିଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସଂପୃକ୍ତ ତହସିଲଦାର ଓ ଆଇଆଇସି ମାନଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।