Odiapua.com

ବାହାରିଲା ଏହି ବ୍ୟାଙ୍କରେ ପୋଷ୍ଟ

ନୂଆଦିଲ୍ଲୀ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ସିଣ୍ଡିକେଟ ବ୍ୟାଙ୍କ ପକ୍ଷରୁ ସ୍ପେଶାଲ ଅଫିସର ପାଇଁ ୬ଟି ପଦବୀ ଖାଲି ରହିଛି। ସିନିଅର ବ୍ୟାଙ୍କ ମ୍ୟାନେଜର ପଦବୀରେ ଭର୍ତ୍ତି କରାଯିବ। ଅନଲାଇନ ଆବେଦନ କରିବାରେ ଶେଷ ତାରିଖ ୫ ସେପ୍ଟେମ୍ବର ୨୦୧୯ ରହିଛି। ଏଥିରେ ୩ଟି ପଦବୀ ସିରିଅର ମ୍ୟାଜେର (ଡିଲର ଡୋମେଷ୍ଟିକ) ଏବଂ ୩ଟି ସିରିଅର ମ୍ୟାଜେନର ( ଡିଲର ଫୋରେକ୍ସ) ପଦବୀ ରହିଛି।

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଏମବିବିଏ/ସିଏ/ସିଏଫଏ/ଆଇସିଡବ୍ଲ୍ୟୁଏ ଡିଗ୍ରୀ ଥିବା ଆବଶ୍ୟକ। ଏହା ସହିତ ପବ୍ଲିକ ସେକ୍ଟର କିମ୍ବା ବ୍ୟାଙ୍କରେ ତିନି ବର୍ଷ କାମ କରିବାରୁ ଅଭିଜ୍ଞତା ଥିବା ଆବଶ୍ୟକ। ଯୋଗ୍ୟ ଚୟନ ପ୍ରାର୍ଥୀଙ୍କୁ ୪୨,୦୨୦ରୁ ଆରମ୍ଭ କରି ୫୧,୪୯୦ ଟଙ୍କା ଦରମା ମିଳିବ।

ଆବେଦନ କରିଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୫ ବର୍ଷ ଏବଂ ସର୍ବାଧିକ ବୟସ ୩୫ ବର୍ଷ ରହିଛି। ଓବିସି ଏବଂ ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ଯଥାକ୍ରମେ ୩ ବର୍ଷ ଏବଂ ୫ ବର୍ଷ ଏବଂ ଦିବ୍ୟାଙ୍ଗ ପାଇଁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ରିହାତି ରହିଛି। ଆବେଦନ କରିବା ପାଇଁ ଶୁଳ୍କ ଓବିସି ପାଇଁ ୬୦୦ ଟଙ୍କା ଏସି/ଏସଟି/ଦିବ୍ୟାଙ୍ଗ ପାଇଁ ୧୦୦ ଟଙ୍କା ରହିଛି। ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ, ଗ୍ରୁପ ଡିସକସନ, ସାକ୍ଷାତକାର ଆଧାରରେ ହେବ। ଏହି ଅନଲାଇନ ପରୀକ୍ଷା ବେଙ୍ଗାଲୁର, ଦିଲ୍ଲୀ ଏନସିଆର, ମୁମ୍ବାଇ ଏବଂ କଲିକତାରେ ହେବ। ଅଧିକ ବିବରଣୀ ପାଇଁ www.syndicatebank.in ୱେବସାଇଟକୁ ଯାଇ କ୍ୟାରିଅର ଲିଙ୍କରେ କ୍ଲିକ କରନ୍ତୁ।