Odiapua.com

ବାସୁଦେବପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଙ୍କ ସହିତ ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ବଳ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି,ଉପ ଜଲ୍ଲାପାଳ ସୌରଭ ଚକ୍ରବର୍ତୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ବାସୁଦେବପୁର ଗୋଷ୍ଟି ଉନ୍ନୟନ ଅଧିକାରୀ, ବାସୁଦେବପୁର ତହସିଲଦାର ଅଂଶଗ୍ରହଣ କରିଥିଲେ। ସମସ୍ତ ବିଭାଗର ଅଧିକାରୀ ମାନେ ଉପପ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ର କୁ ସମାଧାନ ପାଇଁ ପଦକ୍ଷପ ନେଇଥିଲେ । ଆଜିର ଜଣ ଶୁଣାଣି ଶିବିର ରେ ମୋଟ ୧୧୨ ଟି ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥି ମଧ୍ୟରୁ ୭୬ ଟି ବ୍ୟକ୍ତିଗତ ଥିଲା ବେଳେ ୩୬ ଟି ସାମୁହିକ ଥିଲା। ୬୬୫୦୦ ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠି ଓ ମୁଖ୍ୟ ମନ୍ତ୍ରୀ ଙ୍କ ର ରିଲିଫ ପାଣ୍ଠି ରୁ ଅନୁଦାନ ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିଲା।