Odiapua.com

ବାସୁଦେବପୁରରେ ୪୦ ବସ୍ତା ଚୋରା କୋଇଲା ଜବତ, ୧ ଗିରଫ

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ଅଂଚଳରେ ଦିନକୁ ଦିନ ଚୋରା କୋଇଲା କାରବାର ବୃଦ୍ଧି ପାଉଛି । କେତେବେଳେ ଗାଡିରେ କୋଭିଡ୍ ପାସ୍ ଲେଖା ତ ପୁଣି କେତେବେଳେ ବାଇକ୍‌ରେ ଚୋରା କାରବାର । ଏମିତିକି ଜଳପଥରେ ମଧ୍ୟ ବେଶ ବେପାର ଚଳାଇଛନ୍ତି କୋଇଲା ମାଫିଆ । ଏମିତିକି ଘରେ ବସ୍ତା ବସ୍ତା କୋଇଲା ଲୁଚେଇ ରଖୁଛନ୍ତି । ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନାୟକାଣୀଡିହି ପଂଚାୟତ ବଳରାମପୁର ଗ୍ରାମରୁ ଆଜି ସ୍ଥାନୀୟ ପୁଲିସ୍ ଏକ ଘରେ ଚଢାଉ କରି ୪୦ ବସ୍ତା ଚୋରା କୋଇଲା ଜବତ କରିବା ସହ ଜଣକୁ ଗିରଫ କରିଛି । ସୂଚନା ଅନୁଯାୟୀ ନାୟକାଣୀଡିହି ଥାନା ଅଧୀନ ବଳରାମପୁର ଗ୍ରାମର ଲକ୍ଷ୍ମଣ ଘଡିଆଙ୍କ ନୂଆ ଘରେ ଚୋରା କୋଇଲା ଥିବା ବିଶେଷ ସୂତ୍ରରୁ ଖବର ପାଇ ନାୟକାଣୀଡିହି ପୁଲିସ୍ ଏଏସ୍‌ଆଇ ଦିଲ୍ଲୀପ କୁମାର ଦେହୁରୀ, ପର୍ଶୁରାମ କବି, ସାଗରିକା ହେମ୍ବ୍ରମ୍‌, ଚକ୍ରଧର ଟ୍ୟୁ ଚଢାଉ କରି ୨୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ କୋଇଲା ଜବତ କରିବା ସହ ଲକ୍ଷ୍ମଣ ଘଡିଆକୁ ଗିରଫ କରିଛି ।