Odiapua.com

ବାସି ଖାଦ୍ୟ ଖାଇ ୭ ପିଲା ଗୁରୁତର

ବାଲେଶ୍ୱର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ୱର ଜିଲ୍ଲା ଦେଓଳି ପଞ୍ଚୁଘଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବାସି ଖାଦ୍ୟ ଖାଇ ୭ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ଏଥିରେ ସମସ୍ତେ ପିଲା ହିଁ ଅଛନ୍ତି । ଏବଂ ସମସ୍ତ ପିଲାଙ୍କ ବୟସ ୩ ରୁ ୫ ବର୍ଷ ହେବ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁଯାୟୀ, ଗତକାଲି ଦେଉଳି ପଞ୍ଚୁଘଣ୍ଟା ଗାଁ ରେ ଜଣେ ବ୍ୟକ୍ତିଙ୍କ ଘରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହେଲେ ଭୋଜି ପରେ ବଳିପଡିଥିବା ଖାଦ୍ୟକୁ ଜଣେ ବ୍ୟକ୍ତି ଆଜି ୭ ଜଣ ପିଲାଙ୍କୁ ଖାଇବାକୁ ଦେଇଥିଲେ । ଯାହାକୁ ଖାଇ ପିଲାମାନେ ଅସୁସ୍ଥ ଅନୁଭବ କରିଥିଲେ ।