Odiapua.com

ବାସନ୍ତୀ ଦୁର୍ଗାମଣ୍ଡପ କାଳୀ ମେଢ ଓ ଇଲେକ୍ଟ୍ରି ବାରୁଆଳୀ ଦର୍ଶକଙ୍କୁ ଆକୃଷ୍ଠ କରୁଛି

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ୩ ଦିନରେ ପହଞ୍ôଚଛି । ଚରମ୍ପାର କାଳୀଙ୍କ ମେଢ ମଧ୍ୟରୁ ବାସନ୍ତୀ ଦୁର୍ଗାମଣ୍ଡପ କାଳୀ ମେଢ ଚଳିତବର୍ଷ ୧୬ ବର୍ଷରେ ପହଞ୍ôଚଛି । ଏହାର ମୂର୍ତ୍ତି ଓ ପାଶ୍ୱର୍ ମେଢ, ସାଜସଜ୍ଜା ଓ ତୋରଣ ବାବଦକୁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି କମିଟିର ସଭାପତି ଶ୍ୟାମସୁନ୍ଦର ଗୁପ୍ତା, ମୁଖ୍ୟ ଉପଦେଷ୍ଟା ଭାଗବତ ପଢିଆରୀ, କୋଷାଧ୍ୟକ୍ଷ ଅନୁପ ବସୁ କହିଛନ୍ତି । ଏହି ପୂଜା କମିଟିର ତୋରଣ ଓ ଇଲେକ୍ଟ୍ରି ଗେଟ୍ ସବୁ ମେଢ ଠାରୁ ଅଧିକ ଆକର୍ଷଣ ହୋଇଥିବା କଥା କହିଛନ୍ତି କମିଟିର କର୍ମକର୍ତ୍ତା । ବିଶେଷକରି ଇଲେକ୍ଟ୍ରି ଓ ଇଲେକ୍‌ଟ୍ରୋନିକ୍ସର ପାଶ୍ୱର୍ମେଢ ଗୁଡିକ କୋଲକାତା, ଭୁବନେଶ୍ୱର, ଖୋର୍ଦ୍ଧାର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ବିଦ୍ୟୁତ୍ ମାଧ୍ୟମରେ ଇଲୋକ୍‌ଟ୍ରୋନିକ୍ସ କାରିଗରୀ ବ୍ୟବହାର କରାଯାଇ ଏହି ସାଇଡ୍ ମେଢଗୁଡିକ ମଧ୍ୟରେ ଆଦିବାସୀ ନୃତ୍ୟ, ହନୁମାନଙ୍କ ଛାତିଚିରା ରାମସୀତାଙ୍କ ଦୃଶ୍ୟ ଓ ରାବଣର ସୀତା ହରଣ ଦୃଶ୍ୟ ବେଶ୍ ମନୋରମ ହୋଇଛି ।

ଏହା କାଳୀପୂଜା ବୁଲିବାକୁ ଆସୁଥିବା ହଜାର ହଜାର ଲୋକଙ୍କ ମନକୁ ଛୁଇଁଛି । ଏହି ମଣ୍ଡପରେ ପ୍ରାୟ ୧୦ ହଜାର ଲୋକଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଛି । ଯାହା ନିଆରା ବୋଲି କହନ୍ତି କମିଟିର ସଭାପତି ଶ୍ରୀ ଗୁପ୍ତା । ତେବେ ଏହି ମେଢ ନିକଟରେ ଅତ୍ୟଧିକ ଜନଗହଳି କାରଣରୁ ପକେଟମାର ହେବାର ଆଶଙ୍କା ଥିବାରୁ ଅଧିକ ପୁଲିସ୍ ମୁତୟନ କରିବା ପାଇଁ ଜିଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି କର୍ମକର୍ତ୍ତାମାନେ । ଏଥିପାଇଁ ଚରମ୍ପା ସମେତ ଭଦ୍ରକ ସହରର ଭିଡ ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୁଲିସ୍ ବ୍ୟବସ୍ଥା କରାଯାଇଛି । ସାରା ସହର ଲାଗି ୨୦ ପ୍ଲାଟୁନ ପୁଲିସ୍ ମୁତୟନ କରାଯାଇଥିବାବେଳେ ଆଇନ୍ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଦୁଇଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୬ ଜଣ ଉପ ଆରକ୍ଷୀ ଅଧୀକ୍ଷକ, ୮୦ ଜଣ ଉପ ନିରୀକ୍ଷକ ଓ ସହକାରୀ ଉପ ନିରୀକ୍ଷକ ମୁତୟନ କରାଯାଇଛି । ଏକାଧିକ ଅସ୍ଥାୟୀ ପୁଲିସ୍ ଫାଣ୍ଡି ମଧ୍ୟ ସ୍ଥାପନା ହୋଇଛି । ବିଶେଷକରି ଭିଡ ଭିତରେ ପକେଟ୍ ମାର୍କ ଓ ରୋମିଓଙ୍କୁ ସାବାଡ୍ କରିବା ଲାଗି ସ୍ୱତନ୍ତ୍ର ପୁଲିସ୍ ଦଳ ମୁତୟନ କରାଯାଇଛି । ଏଥିଲାଗି ପୁଲିସ୍ ବଳକୁ ସ୍ୱତନ୍ତ୍ର ତାଲିମ୍ ପ୍ରଦାନ କରାଯାଇଛି । ଏହି ପୂଜା ୧୨ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୯ ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ।