Odiapua.com

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପନୀ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଯୁକ୍ତ ତିନି ମହାବିଦ୍ୟାଳୟ ରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟ ଅଧକ୍ଷ ସଂଜୀବ କୁମାର ବେହୁରା ଉଦଯାପନୀ କରିଥିଲେ। ଏହାକୁ ସଂଚାଳନ କରିଥିଲେ ଆଧ୍ୟାପିକା ପ୍ରଭାତୀ ବାରିକ। ଏଥିରେ ପ୍ରଶିକ୍ଷକ ଭାବେ ଲଷ୍ମୀପ୍ରିୟା ନାୟକ ଯୋଗ ଦେଇ ଆଠ ଦିନ ଧରି ଚାଲୁଥିବା ପ୍ରଶିକ୍ଷଣ ଶିବିରର ଅନୁଭୂତି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ମାୟାଧର ମହାନ୍ତି, ନିମାଇଁ ଚରଣ ପତି, ଚନ୍ଦନ ଦାସ, କରୁଣାକର ଜେନା, ଅବିନାଶ ମଲ୍ଲିକ, ମାନସୀ ମୋହିନୀ, ରାଜୁ ବରମନ, ଖିରୋଦ ସୁନାନୀ ଓ ପବିତ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ।