Odiapua.com

ବାଲ୍ୟ ବିବାହ ନିରାକରଣ ଶୀର୍ଷକ ଆଲୋଚନା ଚକ୍ର

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସୋସାଇଟି ଫର ଉଇକର କମ୍ୟୁନିଟି(ଆସିଆନା) ମିଳିତ ସହଯୋଗରେ ୧୬ଦିନିଆ ମହିଳା ହିଂସା ବିରୋଧି ଅଭିଯାନର ୧୦ମ ଦିବସରେ ବାଇପାସ ସ୍ଥିତି ଆସିଆନା ସଭା ଗୃହରେ ବାଲ୍ୟ ବିବାହ ନିରାକରଣ ଶୀର୍ଷକ ଆଲୋଚନା ହୋଇଯାଇଛି । ଜିଲ୍ଲା ବାଲ୍ୟ ବିବାହ ସଂଯୋଜକ ଅସିମ ଅମିତାଭ ଦାସ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଅମର କୁମାର ବାରିକ, ଆଇନ୍‌ଜୀବୀ ଆସରଫ ଅଲ୍ଲୀ ଖାନ୍‌, ଆସିଆନାର ସମ୍ପାଦିକା ସୋଫିଆ ସେକ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ନୀରାକରଣ ଆଇନ୍ ୨୦୦୬, ପିସି-ପିଏନଡିଟି ଆକ୍ଟ ୧୯୯୪ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସଂଗେ ସଂଗେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବାପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସିଆନା ଜାଗୃତି ହୋମ୍‌ର ସୁପରିଟେନ୍‌ଣ୍ଡେଂଟ ସବାନା ସେକ୍‌, ପରାମର୍ଶଦାତ୍ରୀ ଅନିମା ପଣ୍ଡା, ମାନବସେବା କନ୍ୟାଆଶ୍ରମର ସୁପରିଟେନ୍‌ଣ୍ଡେଂଟ ଲିପିକା ପଣ୍ଡା, ବାତ୍ସଲ୍ୟ ଶିଶୁ ଯତ୍ନ ଅନୁଷ୍ଠାନର ସୁପରିଟେନ୍‌ଣ୍ଡେଂଟ ଦିଗନ୍ତ ବେହେରା, ଆସିଆନା ଓପନ୍ ସେଲ୍‌ଟରର ହୋମ୍‌ର ସଂଯୋଜକ ସମ୍ବିତ ମହାନ୍ତି, ସାମାଜିକ କର୍ମୀ ଭାଗ୍ୟଶ୍ରୀ ମହାକୁଡ, ଅଙ୍ଗନୱାର୍ଡ କର୍ମୀ, ଆଶାକର୍ମୀ, ଓପନ୍ ସେଲ୍‌ଟରର ଅନ୍ତେବାସିନୀ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ପରିଚାଳନା କରିଥିଲେ ।