Odiapua.com

ବାଲ୍ୟ ବିବାହ ଓ ଶିଶୁ ନିର୍ଯାତନା ରୋକିବା ନେଇ ଶପଥ ପାଠ

ତାଳଚେର, ୧/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତ ତାଳବେଡ଼ା ଗ୍ରାମର ମହିଳା ସମିତି ଗୃହରେ ବାଲ୍ୟ ବିବାହ ଓ ଶିଶୁ ନିର୍ଯାତନା ରୋକିବା ପାଇଁ ପଂଚାୟତର ଏସଜି ମହିଳାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକକୁ ତାଳବେଡ଼ା ଗ୍ରାମର ଅଙ୍ଗନାୱାଡ଼ି କର୍ମୀ ବିଜୟନୀ ଆଚାର୍ଯ୍ୟ ପରିଚାଳନା କରିବା ସହିତ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ସମ୍ମାନୀୟ ଅତିଥିଭାବେ ଇଂ ମାନସ ରଞ୍ଜନ ଆଚାର୍ଯ୍ୟ, ୱାର୍ଡ଼ମେମ୍ବେର ଉମାମାଧବ ଆଚାର୍ଯ୍ୟ, ପୂର୍ଣ୍ଣିୟମା ପ୍ରିତିଛନ୍ଦା ହୋତା, ଆଇନଜୀବୀ ପ୍ରଭାତିନୀ ଆଚାର୍ଯ୍ୟ, ବ୍ଲକ କୋର୍ଡ଼ିନେଟର୍ ଅନନ୍ତ ନାରାୟଣ ଆଚାର୍ଯ୍ୟ, ଆଶା ଦିଦି ଶୈଳବାଳା ସାହୁ, ସିଆରପି ରୀନା ସାହୁ, ପ୍ରାଣୀମିତ୍ର ସୁପ୍ରଭା ଆଚାର୍ଯ୍ୟ, କୃଷିମିତ୍ର କୋଲଳିନୀ ମହାପାତ୍ର, ବ୍ୟାଙ୍କମିତ୍ର ପୁଷ୍ପାଞ୍ଜଳୀ ଦ୍ୱିବେଦୀ, ରବି ଶତପଥୀ, ସାମ୍ବାଦିକ ଶିବ ପ୍ରସାଦ ବେହେରା, ଆଦିତ୍ୟ ଦାସ, ସାନ୍ତନୁ ବେହେରା ଓ ଗ୍ରାମର ରାଘବ ରଞ୍ଜନ ଶତପଥୀ, କେଶବ ବେହେରା, ଏସ୍‌ଏଚଜି ଜଡ଼ିତ ଗ୍ରୁପ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ବାଲ୍ୟବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ, ଶିଶୁ ଯୌନ ଅତ୍ୟାଚାର ଓ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରାଯିବା ସହିତ ଏଭଳ ଘୃଣ୍ୟ କାର୍ଯ୍ୟ ନଜରକୁ ଆସିଲେ ତାହାକୁ ରୋକିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମସ୍ତେ ମିଶି ଶପଥପାଠ କରିଥିଲେ।