Odiapua.com

ବାଲ୍ୟବିବାହକୁ ବନ୍ଦ କରି ନାବାଳିକାକୁ ସଖି ସେଂଟରରେ ରଖାଗଲା

ନୟାଗଡ଼, ୨୯ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବାଲ୍ୟ ବିବାହ ପ୍ରସ୍ତୁତି ଚାଲିଥିବାବେଳେ କୌଣସି ସୂତ୍ରରୁ ବାଲ୍ୟ ବିବାହ ଅଧିକାରୀ ଓ ନୟାଗଡ଼ ଚାଇଲ୍ଡ ଲାଇନ୍ ବାଲ୍ୟବିବାହକୁ ବନ୍ଦ କରିଥିବାବେଳେ ନାବାଳିକୁ ଉଦ୍ଧାର କରି ସଖି ସେଂଟରରେ ରଖିଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ସୁରକାବାଡ଼ି ଅଂଚଳର ଏପରି ବିବାହ ପ୍ରସ୍ତୁତି ଚାଲିଥିବାବେଳେ ୧୫ ବୟସ୍କ ନାବାଳିକାଟି ଦଶମ ଶ୍ରେଣୀରେ ପାଠ ପଢୁଥିବା ସୂଚନା ମିଳିଛି। ସୁରକାବାଡ଼ିର ମାନଓ ନାୟକ(୨୧)ଙ୍କ ସହିତ ଉକ୍ତ ନାବାଳିକାର ବିବାହ ହେବାକୁ ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ବାଲ୍ୟ ବିବାହ ନିଷେଧ ଅଧିକାରୀ ବ୍ରହ୍ମତ୍ରୀ ମିଶ୍ର, ଚାଇଲ୍ଡ ଲାଇନ୍ ସଦସ୍ୟ ସଞ୍ଜୟ କୁମାର ସାହୁ, ସ୍ୱର୍ଣ୍ଣଲତା ଜେନା ଓ ରଣପୁର ପୋଲିସର ସହାୟତରେ ନାବାଳିକାର ଘରେ ପହଂଚି ନାବାଳିକାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇ ସଖି ସେଂଟରେ ରଖାଯାଇଛି।