Odiapua.com

ବାଲେଶ୍ୱର ସାଂସଦ ନିଖୋଜ ପୋଷ୍ଟର ମାମଲାରେ ୨ ଗିରଫ

ବାଲେଶ୍ୱର, ୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଯିବା ସମ୍ପର୍କିତ ପୋଷ୍ଟର ମରାଯିବା ମାମଲାରେ ସହଦେବଖୁଣ୍ଟା ଥାନା ପୁଲିସ ଆଜି ଦୁଇଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଛି। ସାଂସଦଙ୍କ ଫଟୋ ସହ ‘ଆମ ସାଂସଦ କିଖୋଜ’ଲେଖା ସମ୍ବଳିତ ପୋଷ୍ଟର ସହରର ବିଭିନ୍ନ ସ୍ଥାନରେ ମରାଯିବା ଓ ଏହି ପୋଷ୍ଠରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ବିରୋଧକରି ବିଜେପି ପକ୍ଷରୁ ୩୧ ତାରିଖ ଦିନ ହୋଇଥିବା ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ ୪୬୯, ୫୦୦ ୫୦୫ ଓ ୩୪ (ଏ) ଦଫା ମୂଳେ ପୁଲିସ ୧୫୮/୨୦୨୦ ନଂର ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା। ତେବେ ବିଜେପି ପକ୍ଷରୁ ୫ ଜଣଙ୍କ ବିରୋଧରେ ଦିଆଯାଇଥିବା ଏତଲା ଅନୁସାରେ ପୁଲିସ ଆଜି ଜ୍ଞାନେନ୍ଦ୍ର୍ର ମହାନ୍ତି ଓ ଗୌତମ ସାହୁକୁ ଗିରଫ ସହ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସହଦେବଖୁଣ୍ଟା ଥାନାଧିକାରୀ ପରେଶ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।