Odiapua.com

ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର ୧୭/୦୬ (ଓଡ଼ିଆ ପୁଅ) : ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ଦତ ଜଣେ ଦକ୍ଷ ସଙ୍ଗଠକ ଏବଂ ଲୋକପ୍ରିୟ ଜନନେତା ଭାବେ ବେଶ ଜଣାଶୁଣା ଥିଲେ। ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ। ନିଜ ବିଧାନସଭାର ପ୍ରତିଟି ବ୍ୟକ୍ତି ପାଇଁ ସେ ପୂରା ସମର୍ପିତ ଥିଲେ। ସାଧାରଣ ଗରୀବ ଲୋକଟିଏ କିପରି ସରକାରୀ ଯୋଜନାର ଲାଭ ଉଠାଇ ପାରିବ ସେ ନେଇ ସ୍ୱର୍ଗତଃ ଦତ ଅହରହ ଉଦ୍ୟମ ଚଲାଇଥିଲେ। ତାଙ୍କ ବିୟୋଗ ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ଦତଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।