Odiapua.com

ବାଲେଶ୍ୱର ସଦର – ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ୧୪୮୬ ଭୋଟରେ ଆଗୁଆ

ଭୁବନେଶ୍ୱର ୧୦-୧୧ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ହୋଇଥିବା ଦୁଇଟି ବିଧାନ ସଭା ଉପନିର୍ବାଚନର ଭୋଟ ଗଣତି ଚାଲିଛି। ତେବେ ବାଲେଶ୍ୱର ସଦର ପାଇଁ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ଦ୍ୱନ୍ଦୀ, ମାନସ କୁମାର ଦତ୍ତଙ୍କୁ (ଭାରତୀୟ ଜନତା ପାର୍ଟି)ଙ୍କ ଠାରୁ ୧୪୮୬ ଭୋଟରେ ଆଗୁଆ ଅଛନ୍ତି। ତେବେ ମମତା କୁଣ୍ଡୁ (କଂଗ୍ରେସ) ୧୨୬୫ ଭୋଟ ମିଳିଥିବା ବେଳେ, ମାନସ କୁମାର ଦତ୍ତଙ୍କୁ (ଭାରତୀୟ ଜନତା ପାର୍ଟି) ୮୯୧୫ ଭୋଟ ମିଳିଛି ଏବଂ ସ୍ୱରୂପ କୁମାର ଦାସ (ବିଜୁ ଜନତା ଦଳ) ୧୦୪୦୧ ଖଣ୍ଡ ଭୋଟ ପାଇ ୧୪୮୬ ଭୋଟରେ ଆଗୁଆ ଅଛନ୍ତି। ତେବେ ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୯୯, ଭାଗ୍ୟୋଦିତ ଦାସପଟ୍ଟନାୟକଙ୍କୁ ୩୩ ଖଣ୍ଡ ଏବଂ ମହମ୍ମଦ ନୂମନ ଖାଁଙ୍କୁ ୧୭ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ୬୭ ଭୋଟ ପଡ଼ିଛି। ଏ ପର୍ଯ୍ୟନ୍ତ୧୪୨୭୭ ଖଣ୍ଡ ଭୋଟ ଗଣତି ସରିଛି।