Odiapua.com

ବାଲେଶ୍ୱର ବିଧାୟକ ମଦନମୋହନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ଆଜି ଭୁବନେଶ୍ୱର ଠାରେ ଦେହାନ୍ତ ପରେ ତାଙ୍କ ମର ଶରୀରକୁ ବାଲେଶ୍ୱର ନିଆଯାଉଥିବା ବେଳେ ଭଦ୍ରକ ଠାରେ ବିଜେପି ଦଳ ପକ୍ଷରୁ ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ମଦନ ମୋହନ ପ୍ରଥମ ଥର ବିଧାୟକ ଭାବେ ବିଧାନସଭାକୁ ଯାଇଥିଲେ । ସେ ଜଣେ ଅମାୟିକ, ଜନହିତକାରୀ ତଥା ଦୃଢ ସଂଗଠକ ଭାବେ ଜିଲ୍ଲାରେ ବେଶ୍ ଆଦୃତ । ଦୁଇଦୁଇ ଥର ସେ ଜିଲ୍ଲା ସଭାପତି ହୋଇଥିଲେ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏବଂ ଭୁବନେଶ୍ୱରରେ ଚିକିତ୍ସାଧୀନ ରହିଥିଲେ । ଆଜି ତାଙ୍କ ଦେହାନ୍ତକୁ ନେଇ ଭଦ୍ରକ ଜିଲ୍ଲା ବିଜେପି ଗଭୀର ଶୋକ ପ୍ରକଟ କରିଛି । ମର ଶରୀରକୁ ବାଲେଶ୍ୱର ନିଆଯିବା ବେଳେ ରାଜପଥର ହୋଟେଲ ଓରିଅନ ଠାରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ଜଗନ୍ନାଥ ଦାସ, ଜିଲ୍ଲା ପୂର୍ବତନ କୋଷାଧ୍ୟକ୍ଷ ଶଶୀକାନ୍ତ ବିଶ୍ୱାଳ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ଘାଉଲୀ ଜେନା, ନାରାୟଣ ସେନାପତି, ଆଦିକନ୍ଦ ଦାସ, ବିକାଶ ଶ୍ରେଷ୍ଠା, ମମତା ବେହେରା, ନଗର ସଭାପତି ଗୋପାଳ ଚନ୍ଦ୍ର ସାହୁ, ଅନିଲ ବେହେରା, ସରୋଜ ରାଉତ, ମହମ୍ମଦ ଅଲ୍ଲୀ ସବର, ଅନୂପ ମହାନ୍ତି ପ୍ରମୁଖ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଶ୍ରୀ ସାମଲ ଓ ଶ୍ରୀ ସେଠୀ ମର ଶରୀର ସହିତ ବାଲେଶ୍ୱର ଯାଇଥିଲେ ।