Odiapua.com

ବାଲେଶ୍ୱର: ନବନିର୍ମିତ ପୌରାଞ୍ଚଳ ରାସ୍ତା ଉଦଘାଟିତ

ବାଲେଶ୍ୱର, ୧୫-୨ (ଓଡ଼ିଆ ପୁଅ/ ଅଭୟ ଦାସ) : ବାଲେଶ୍ୱର ପୌରାଞ୍ଚଳର ୧୯ ନଂ ୱାର୍ଡ଼ରେ ନବନିର୍ମିତ ରାସ୍ତାର ଉଦ୍ଘାଟନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ୧୯ ନଂ ୱାର୍ଡ଼ର ଭାସ୍କରଗଞ୍ଜଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସଦର ବିଧାୟକ ସ୍ୱରୂପ ଦାସ ଏହି ରାସ୍ତାକୁ ଉଦ୍ଘାଟନ କରିଥିଲେ। ରାସ୍ତାର ନବୀକରଣ ପାଇଁ ଭାସ୍କରଗଞ୍ଜବାସୀଙ୍କ ଦୀର୍ଘଦିନର ଦାବି ଆଜି ପୂରଣ ହୋଇପାରିଛି ବୋି ସେ କହିଥିଲେ। କେବଳ ଏହି ରାସ୍ତା ନୁହେଁ ବରଂ ସହର ବିଭିନ୍ନ ରାସ୍ତାର ମରାମତି ଓ ନବୀକରଣ ସାଙ୍ଗକୁ ଅନ୍ୟାନ୍ୟ ବହୁ ଲୋକାଭିମୁଖୀ ପ୍ରକଳ୍ପର କାର୍ଯ୍ୟ ଏବେ ଜାରି ରହିଛି ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ। ୧୫ତମ ଅର୍ଥ ଆୟୋଗ ଅନୁଦାନରେ ୧୯ଲକ୍ଷ ୧୨ ହଜାର ଟଙ୍କାର ଅଟକଳରେ ଏହି ରାସ୍ତା ଓ ତତସଂଲଗ୍ନ ଡ୍ରେନ କାର୍ଯ୍ୟ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ରଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାମାନେ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।