Odiapua.com

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ – ଉଭୟରେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ୱର, ୧୦ା୧୧(ଓଡ଼ିଆ ପୁଅ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ଏ ପର୍ଯ୍ୟନ୍ତ ଦୁଇଟ ରାଉଣ୍ଡ ଭୋଟ ଗଣତି ସରିଥିବା ସୂଚନା ମିଳିଛି। ତେବେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବାଲେଶ୍ୱର ଏବଂ ତିତ୍ତୋଲରେ ବିଜେଡି ଆଗୁଆ ଅଛି ବୋଲି ଜଣାପଡ଼ିଛି। ତେବେ ବାଲେଶ୍ୱର ସଦରରେ ୪୩୯ ଭୋଟରେ ଆଗରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାଶ ଥିବାବେଳେ ବିଜେଡିକୁ ୩୬୩୯ ଭୋଟ, ବିଜେପି ୩୨୩୦ ଭୋଟ, କଂଗ୍ରେସକୁ ୫୨୩ ଭୋଟ ମିଳିଛି। ସେହିପରି ତିର୍ତ୍ତୋଲରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୧୩୮୫୧ ମତଦାନ ହୋଇଥିବା ବେଳେ ବିଜେଡି ୭୮୬୭ ଭୋଟ ପାଇ ଆଗୁଆ ଅଛି। ୪୫୭୭ ଭୋଟ ପାଇ ବିଜେପି ୨ୟ ସ୍ଥାନରେ ଅଛି। ୨ୟ ରାଉଣ୍ଡ ସୁଦ୍ଧା ନୋଟାରେ ୬୫ଟି ମତଦାନ ହୋଇଛି।