Odiapua.com

ବାଲେଶ୍ୱରର କରୋନା ସଂକମିତଙ୍କ ସଂଖ୍ୟା ୩୯୦ଛୁଇଁଲା

ବାଲେଶ୍ୱର, ୪ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଦେଶରେ କ୍ଷୀପ୍ର ଗତିରେ ବଢ଼ି ଚାଲିଥିବା ମହାମାରୀ କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦେଶର କରୋନା ସଂକ୍ରମିତଙ୍କ ସଂଖା ସାଢ଼େ ୬ଲକ୍ଷ ଟପିଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଚିହ୍ନଟ ହୋଇଥିବା ୪୯୫ଜଣ ନୂଆ ପଜିଟିଭଙ୍କ ସମେତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା୮୬୦୧ରେ ପହଞ୍ଚିଛି। ସେହିଭଳି ଧିରେ ଧିରେ କରୋନା ରୋଗୀଙ୍କ ମୃତ୍ୟୁ ବି ବଢ଼ିବାରେ ଲାଗିଛି। ଆଜି ଗଞ୍ଜାମରେ ୩ ଜଣ ଓ ଖୋର୍ଦ୍ଧା ଜିଲ୍ଲାରେ ୨ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ତେବେ ଆଜି୨୨୯ ଜଣଙ୍କ ସମେତ ରାଜ୍ୟରେ ଅଦ୍ୟାବଧି ୫୯୩୪ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଏବେ ୨୬୨୪ ଜଣଙ୍କୁ କୋଭିଡ୍ ହସପିଟାଲରେ ରଖି ଚିକିତ୍ସା କରାଯାଉଛି। ସେହିଭଳି ବାଲେଶ୍ୱରରେ ଆଜି ୧୩ ଜଣ ନୂଆ ପଜିଟଭ୍ ଚିହ୍ନଟ ପରେ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୦ରେ ପହଞ୍ଚିଛି। ଜିଲ୍ଳାରେ ଅଦ୍ୟାବଧି ମୋଟ ୩୦୯ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୮୦ ଜଣ ଏକ୍ଟିଭ୍‌ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଛି। ସମ୍ପ୍ରତି ବଢ଼ି ଚାଲିଥିବା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ସରକାରଙ୍କ ଏହି ନିୟମକୁ ସମସ୍ତେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।