Odiapua.com

ବାଲେଶ୍ବର ଜିଲ୍ଲାରେ ଡେଙ୍ଗୁ ଆତଙ୍କ

ବାଲେଶ୍ଵର,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ଡରାଇଲାଣି ଡେଙ୍ଗୁ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜଳେଶ୍ୱରରେ ମହମ୍ମଦ ନଗର ପଟଣା, ଲକ୍ଷ୍ମଣନାଥ, ଶିଖରପୁର, ରାଜନଗର ଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ତେବେ ମହମ୍ମଦ ନଗର ପଟଣାରେ ବର୍ତ୍ତମାନ ସୁଦ୍ଧା ୧୨୦ ଜଣକଙ୍କର ରକ୍ତ ପରୀକ୍ଷା କରାଯିବାରୁ ୧୩ ଜଣଙ୍କୁ ଡ଼େଙ୍ଗୁ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।ତେବେ ରାସ୍ତାଘାଟରେ କୁଢ଼ କୁଢ଼ ମଇଳା ପଡ଼ି ରହିଥିବାବେଳେ ଡ୍ରେନ ସଫେଇ ହୋଇନାହିଁ । ପାଣି ଜମି ରହିବା ଯୋଗୁ ମଶା ବଂଶବିସ୍ତାର କରୁଛନ୍ତି । ଯାହାଫଳରେ ଡେଙ୍ଗୁ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।