Odiapua.com

ବାଲେଶ୍ବରରେ ଡେଙ୍ଗୁ ରୋଗୀ ଚିହ୍ନଟ

ବାଲେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ବର ଜିଲ୍ଲାରେ ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି । ଡେଙ୍ଗୁ ରେ ୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବିଶେଷ ଭାବରେ ବାଲେଶ୍ବରର ନୀଳଗିରି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଡେଙ୍ଗୁ କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ମଧ୍ୟ ରହିଛନ୍ତି । ଆକ୍ରାନ୍ତ ଥିବା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପରେ ସେମାନେ ଏହି ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି ।